ମହାଲକ୍ଷ୍ମୀ ବଣିକ ସଂଘ ପାଳିବ ସ୍ୱାଧିନତା ଦିବସ
ଭୁବନ ୧୪/୦୮/୨୦୧୯(ଓଡ଼ିଶା ସମାଚାର / ସୁଶାନ୍ତ କୁମାର ପୋଥାଳ)-୧୯୭୨ ମସିହାରେ ଭୁବନ ଏନ.ଏ.ସି ଗଠନ ହେବା ଦିନ ଠାରୁ ସ୍ଥାନୀୟ ନୂଆବଜାର (ବସଷ୍ଟାଣ୍ଡ) ଠାରେ ସ୍ୱାଧିନତା ଦିବସ ଓ ସାଧାରଣତନ୍ତ୍ର ଦିବସ ବେଶ ଜାକ ଜମକରେ ପାଳିତ ହୋଇଆସୁଥିଲା । ଏହି ଅବସରରେ ଦେଶମାତୃକା ପାଇଁ ବଲିଦାନ ଦେଇଥିବା ଅମରସହିଦ ତଥା ମହାପୁରୁଷ ଙ୍କୁ ମନେପକାଇବା ସହିତ ଏନଏସିରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ଓ ଭବିଷ୍ୟତର ଲକ୍ଷ୍ୟ ସଂପର୍କରେ ଜନସାଧାରଣଙ୍କୁ ସୂଚନା ଦିଆଯାଉଥିବା । ଗତ ଜାନୁଆରୀ ୨୬ ରେ ପ୍ରଥମଥର ପାଇଁ ଏନଏସି ପ୍ରଶାସନ ନୂଆବଜାରରେ ଏହି ଜାତୀୟଦିବସ ପାଳନ କରିବାରୁ ଓହରିଯାଇଥିଲା । ଶେଷ ମୁହୁର୍ତରେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ ତରଫରୁ ଶିକ୍ଷକ ପରିଷଦ କୁ ଜାତୀୟ ଦିବସ ପାଳନ କରିବାକୁ ନିବେଦନ କରି ଜାତୀୟଉତ୍ସବ କାର୍ଯ୍ୟକ୍ରମ କରିଥିଲେ । ପୁନଶ୍ଚ ଦ୍ୱିତୀୟ ଥର ପାଇଁ ଏନଏସି ପ୍ରଶାସନ ଏହି ଜାତୀୟ ଉତ୍ସବ ପାଳନ କରିବାକୁ ନିଜର ଅକ୍ଷମତା ପ୍ରକାଶ କରିବାରୁ ଗତଥର ଭଳି ଚଳିତଥର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ ଆସନ୍ତା କାଲି ବସଷ୍ଟାଣ୍ଡ ଠାରେ ଶିକ୍ଷକ ପରିଷଦ ସହଯୋଗରେ ଜାତୀୟଉତ୍ସବ ପାଳନ କରିବ । ଏ ସଂପର୍କରେ ଗତ ୯ ତାରିଖ ଦିନ ଏନଏସି କାର୍ଯ୍ୟଳୟ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ଏନଏସି ପ୍ରଶାସନ କେବଳ ଜାତୀୟପତାକା,ଖମ୍ବ,ପୋଡିୟମ ଯୋଗାଇ ଦେବାକୁ ରାଜି ହୋଇଥିଲା । ଓଡ଼ିଶା ସମାଚାର