ସମ୍ବଲପୁର,୧୪/୦୮/୨୦୧୯(ଓଡ଼ିଶା ସମାଚାର)- ଖୋଲିଲା ହିରାକୁଦ ଜଳ ଭଣ୍ଡାର ର ଗେଟ୍ । ପୂର୍ବ ସୂଚନା ଅନୁସାରେ ପାରମ୍ପାରିକ ରତିନୀତି ରେ ପୂଜାର୍ଚ୍ଚନା କରାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ହିରାକୁଦ ଜଳ ଭଣ୍ଡାର ରୁ ଛଡ଼ାଯାଇଛି । ଜିଲାପାଳ , ମୁଖ୍ୟଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆଜି ମାତ୍ର ଗୋଟିଏ ୭ ନମ୍ବର ସ୍ଲୁଇସ ଗେଟ ଖୋଲାଯାଇଛି । ଏହାକୁ ମାତ୍ର ୨ / ୩ ଘଂଟା ଖୋଲା ରଖିବା ପରେ ବନ୍ଦ କରାଯିବ । ଏହାପରେ ଜଳଭଣ୍ଡାରର ଜଳପତନ ଦେଖି ନିସ୍କାସନ କରାଯିବ । ଗତବର୍ଷ ପ୍ରଥମ ଦିନରେ ୩ ଟି ଗେଟ ଖୋଲାଯାଇଥିବାବେଳେ ଚଳିତ ବର୍ଷ ବର୍ଷା କମ ହୋଇଥିବାରୁ ମାତ୍ର ଗୋଟିଏ ଗେଟ ଖୋଲାଯାଇଛି । ପୂର୍ବରୁ ବିଭିନ୍ନ ଗଣ ମାଧ୍ୟମରେ ଗେଟ ଖୋଲାଯିବା ସମ୍ପର୍କରେ ପ୍ରଚାର କରାଯାଇଥିଲା । ଆଜି ସାଇରନ୍ ବଜାଇ ସତର୍କ କରାଯିବା ସହିତ ସ୍ଥାନୀୟ ଅଂଚଳରେ ପ୍ରଚାର ଗାଡ଼ି ବୁଲୁଥିଲା । ଏବେ ୧୫ ହଜାର କ୍ୟୁସେକ ଜଳ ମହାନଦୀରେ ପ୍ରବାହିତ ହେଉଛି । ଏହି ଜଳ ମୁଣ୍ଡୁଳୀରେ ପହଂଚିବାକୁ ୩୬ ଘଂଟା ସମୟ ଲାଗିବ । ଓଡ଼ିଶା ସମାଚାର