ଭୁବନେଶ୍ୱର , ୧୪/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ହିତାଧିକାରୀମାନଙ୍କ ତାଲିକା ଯାଂଚ ଅବଧି ବୃଦ୍ଧି କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କୃଷି ଭବନଠାରେ “କାଳିଆ’ ଯୋଜନା ସଂପର୍କରେ ସମୀକ୍ଷା କରିବା ଅବସରରେ ଏହା ପ୍ରକାଶ କରିଛନ୍ତି । ଏହି ଯାଂଚ ଅବଧିକୁ ଅଗଷ୍ଟ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ପ୍ରକାଶ କରିବା ସହ ମନ୍ତ୍ରୀ ଡ. ସାହୁ କେହି ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି “କାଳିଆ’ ଯୋଜନାରେ ଦିଆଯାଉଥିବା ସହାୟତାରୁ ବଂଚିତ ନହୁଅନ୍ତି, ସେଥିପ୍ରତି ଦାୟିତ୍ୱରେ ଥିବା ଅଧିକାରୀ ଦୃଷ୍ଟିଦେବାକୁ ପରାମର୍ଶ ଦେଇଥିଲେ । ସଂଶୋଧିତ ତାଲିକା ପ୍ରକାଶ ପାଇବା ପରେ ଯଦି କୌଣସି ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୁଏ ତେବେ ସଂପୃକ୍ତ ଅଧିକାରୀ ଉତରଦାୟୀ ରହିବେ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । “କାଳିଆ’ ଯୋଜନାରେ ଶତପ୍ରତିଶତ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଓଡ଼ିଶା ସମାଚାର