Friday , October 22 2021
Home / ଶିକ୍ଷା / ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ 

ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ 

ଭୁବନେଶ୍ୱର , ୧୪/୦୮/୨୦୧୯(ଓଡ଼ିଶା ସମାଚାର)-ଯୁବ ମସ୍ତିସ୍କରେ ବୈଜ୍ଞାନିକ, ପରିକଳ୍ପନା ଏବଂ ଅଭିନବ ଚିନ୍ତାଧାରା ପ୍ରବେଶ କରାଇବାର ଅଭିଯାନ ସ୍ୱରୂପ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ, ୟୁଏଆଇଏଲ (ଉକ୍ରଳ ଆଲୁମିନା ଇଂଟରନ୍ୟାସନାଲ୍ ଲିମିଟେଡ୍) କ୍ୟାମ୍ପସରେ ଆନ୍ତଃ ସ୍କୁଲ ବିଜ୍ଞାନ, ଗଣିତ ଓ ସାମାଜିକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ସିବିଏସଇ ହବ୍ ସ୍କୁଲ ପକ୍ଷରୁ ବିଭିନ୍ନ ପ୍ରକାର ଅଭିଯାନ ଶୃଙ୍ଖଳାର ଏହା ପ୍ରଥମ କାର୍ଯ୍ୟକ୍ରମ ଯେଉଁଥିରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସମାଜରେ ବୈଜ୍ଞାନିକ ମୂଲ୍ୟବୋଧ ଓ ଅନୁମାନକୁ ଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି । ଶ୍ରୀଯୁକ୍ତ ଏନ୍ ନାଗେଣ, ୟୁନିଟ୍ ମୁଖ୍ୟ, ୟୁଏଆଇଏଲ୍ ଦୋରାଗୁଡା ପକ୍ଷରୁ ଏହି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ଦାଶ ଉକ୍ରଳ ଆଲୁମିନା ଇଂଟରନ୍ୟାସନାଲ୍ ଲିମିଟେଡର ବିଭାଗୀୟ ମୁଖ୍ୟ, ହବ୍ ସ୍କୁଲର ଅଧ୍ୟକ୍ଷ, ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଗଣମାଧ୍ୟମ, ଅଭିଭାବକ, ଅତିଥି ଏବଂ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ । ନିଜ ଅଭିଭାଷଣରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଏନ୍ ନାଗେଶ ସିବିଏସଇ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଏହି କାର୍ଯ୍ୟକ୍ରମର ଲାଭ ଉଠାଇବାକୁ ସ୍କୁଲକୁ କହିଥିଲେ । ଶ୍ରୀମତୀ ଏନ୍ ଶ୍ରୀଲକ୍ଷ୍ମୀ, ସଭାନେତ୍ରୀ ଉକ୍ରଳିନା ଲେଡିଜ୍ କ୍ଲବ୍, ଶ୍ରୀଯୁକ୍ତ ଟି ଏମ୍ ପ୍ରକାଶ, ଏଚଆର୍ ମୁଖ୍ୟ, ଶ୍ରୀଯୁକ୍ତ ମଜହରୁଲ୍ଲା ବେଗ୍, ଯୁଗ୍ମ ସଭାପତି ଓ ହିନା ବେଗଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରଣ କରାଯାଇଥିଲା । ଏବିପିଏସ ଦୋରାଗୁଡ଼ାର ତିନି ପ୍ରଦର୍ଶନୀ ହଲରେ ପାଖାପାଖି ୫୨ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା । ବିଜ୍ଞାନ, ଗଣିତ ଓ ସାମାଜିକ ବିଜ୍ଞାନର ପ୍ରତିଟି ବର୍ଗରେ ପ୍ରତିଟି ସ୍କୁଲର ଦୁଇଟି ପ୍ରକଳ୍ପ ଅଂଶଗ୍ରହଣ କରିଥିଲେ । ପ୍ରଦର୍ଶନୀ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଥିଲା ଜମି ପ୍ରକାର, ଭାରତରେ ନିର୍ବାଚନ ପ୍ରକ୍ରିୟା, ପରିକଳ୍ପନାତ୍ମକ ବିନାଶ ଦ୍ୱାରରେ ପୃଥ୍ୱିବୀ, କ୍ଲିନୋମିଟରକୁ ବ୍ୟବହାର କରି ତ୍ରିକୋଣମିତିର ପ୍ରୟୋଗ । ଆମର ଦୈନନ୍ଦୀନ ଜୀବନକୁ ବ୍ୟବହାର କରି ପାଇଥାରୋଗରସ ଥିଓରମ୍, ନଦୀ ଜଳ ପରିସ୍କାର କରିବା, ଲାଇ ଫାଇ, ସଡ଼କ ସୁରକ୍ଷା, ମିଲିଟାରି ଡ୍ରୋନ, ନିରନ୍ତର ସହରାଂଚଳ ଡ୍ରେନ୍ ବ୍ୟବସ୍ଥା ଏବଂ ବର୍ଷା ଉଦ୍ୟାନ । ପଡ଼ୋଶୀ ସ୍କୁଲଗୁଡ଼ିକ ମଧ୍ୟରେ ସମ୍ବଳର ଉପଯୁକ୍ତ ଆଦାନପ୍ରଦାନ ଲାଗି ଚଳିତ ବର୍ଷ ସିବିଏସଇ ପକ୍ଷରୁ ହବ୍ ଅଫ୍ ଲର୍ଣ୍ଣିଂ ଗଠନ କରାଯାଇଛି । ଏହି ଆଂଚଳିକ ହବରେ ଗାନ୍ଧୀ ପବ୍ଲିକ୍ ସ୍କୁଲ,ଗୁଣପୁରର ଅଧ୍ୟକ୍ଷ, ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ ଦୋରାଗୁଡ଼ା, ସେଂଟ ଜାଭିୟର ସିନିୟର ସେକେଣ୍ଡାରି ସ୍କୁଲ, ରାୟଗଡ଼ା, ଗ୍ରିନ ଭାଲି ସ୍କୁଲ, ରାୟଗଡ଼ା ଏବଂ ଆର କେ ମିସନ ଆଶ୍ରମ ସ୍କୁଲ, ହାତ ମୁନିଗୁଡ଼ା ୨୦୧୯ ଜୁନ୍ ୨୯ରେ ଜିପିଏସ୍ ଗୁଣୁପୁରରେ ଏକତ୍ରୀତ ହୋଇଥିଲେ ଏବଂ ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ହବ୍ କ୍ୟାଲେଣ୍ଡର ପ୍ରସ୍ତୁତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଆସିଲା ଗାଇଡଲାଇନ୍,୨୧ରୁ ଆରମ୍ଭ ହେବ ଏକାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଗାଇଡଲାଇନ୍ ଆସିଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ …

Leave a Reply

Your email address will not be published. Required fields are marked *