ଗରଦପୁର, ୧୪/୦୮/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମାରେ ପ୍ରତିଷ୍ଠିତ ପଂଚବଟୀ ଉଚ ବାଳିକା ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅଭୟ କୁମାର ପୃଷ୍ଟି ଙ୍କର ଦେହାନ୍ତ ଘଟିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇ ଯିବାରୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ତାଙ୍କର ଦେହାନ୍ତ ଘଟିଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ବିଜେପି ର ବରିଷ୍ଠ ନେତା ବିଜୟ ମହାପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ସେହିପରି ଜିଲାପରିଷଦ ସଭ୍ୟ ସନ୍ତୋଷ ଜେନା,ତଳକୁସୁମା ସରପଂଚ ମମତା ନାୟକ, ପୂର୍ବତନ ସରପଂଚ ଅଜୟ ଦାସ,ଅଶୋକ ଜେନା,କ୍ଷିତିଶ ଦାସ ପ୍ରମୁଖ ତାଙ୍କ ମର ଶରୀରକୁ ଶେଷ ଦର୍ଶନ କରିବା ସହ ତାଙ୍କର ଆତ୍ମାର ସଦଗତି ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ତାଙ୍କ ମର ଶରୀରକୁ ନିଜ ଗ୍ରାମ ତଳକୁସୁମା ଠାରେ ଚିତ୍ରୋତ୍ପଳା ନଦୀ ପଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ବଡ଼ ପୁଅ ଦେବ ସନ୍ତୋଷ ପୃଷ୍ଟି ମୁଖାଗ୍ନୀ ଦେଇଥିଲେ । ପାଖରେ ସାନ ପୁଅ ଦେବ ପ୍ରଦୋଷ,ଝିଅ ଦେବସ୍ମିତା ଉପସ୍ଥିତ ଥିଲେ । ଶ୍ରୀ ପୃଷ୍ଟି ତେଣ୍ଡାକୁଡ଼ା ଫଜଲହକ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଥାଇ ଅବସର ଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଫଜଲହକ ହାଇସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଶୋକ ପ୍ରକାଶ କରାଯାଇଛିି । ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର