ଫୁଲବାଣୀ,୧୩/୦୮/୨୦୧୯(ଓଡ଼ିଶା ସମାଚାର)-କନ୍ଧମାଳରୁ ରାଜ୍ୟର ବିଭିନ୍ନ ଜିଲାକୁ ଗଂଜେଇ ଚୋରା ଚାଲାଣ ହେଉଥିବାବେଳେ ପୋଲିସ ହାତରେ ଧରାପଡ଼ିଛି । ଫିରିଙ୍ଗିଆ ର ମୁସିଲିପାଙ୍ଗାରୁ ସାଡ଼ିଙ୍ଗିଆ ପାଶ୍ୱର୍କୁ ଗଂଜେଇ ନେଇ ଯାଉଥିବାବେଳେ ଫିରିଙ୍ଗିଆ ପୋଲିସ ସୂଚନା ପାଇ ଏକ ବୋଲେରୋ ନଂ ଓଡ଼଼ି ୦ପି ୬୩୭୯ କୁ ଯାଂଚ କରି ୩ ଗୋଟି ବସ୍ତାରେ ମୋଟ ୧ କୁଇଂଟାଲ ୬ କେଜି ୬୮୦ ଗ୍ରାମ ଗଂଜେଇ ଜବତ କରିବା ସହିତ ବୋଲେରୋକୁ ଜବତ କରିଥିଲେ । ଏଥିସହ ୨ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନେ ହେଉଛନ୍ତି ଟାଉନ ଥାନା ଅନ୍ତର୍ଗତ ସରୁପଡ଼ାର ବାବୁଲା କହଁର(୩୫) ଓ ସଦର ଥାନା ଅନ୍ତର୍ଗତ ଗୁଦାରି ଗୌଡ଼ପଡ଼ାର ରଂଜନ କହଁର (୨୦) । ଏ ସମ୍ପର୍କରେ ୬୭/୨୦୧୯ ରେ ଏକ ମାମଲା ରୁଜୁ କରାଯାଇ ଗିରଫ ୨ ଜଣଙ୍କୁ ସ୍ଥାନୀୟ ଜିଲା ଜଜ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି । । ଓଡ଼ିଶା ସମାଚାର