Sunday , September 24 2023
Home / ବିଶେଷ / ସୌଭାଗ୍ୟବନ୍ତ ମହାରଣା ପାଇବେ ଗଙ୍ଗାଧର ମେହେର ସମ୍ମାନ

ସୌଭାଗ୍ୟବନ୍ତ ମହାରଣା ପାଇବେ ଗଙ୍ଗାଧର ମେହେର ସମ୍ମାନ

କଟକ,୧୩/୦୮/୨୦୧୯(ଓଡ଼ିଶା ସମାଚାର)- ସାରଳା ସାହିତ୍ୟ ସଂସଦ ପକ୍ଷରୁ  କବି ସୌଭାଗ୍ୟବନ୍ତ ମହାରଣା ଙ୍କୁ ଚଳିତ ବର୍ଷର   ଗଙ୍ଗାଧର ମେହେର ସମ୍ମାନ ପ୍ରଦାନ କରାଯିବ । କବି ସୌଭାଗ୍ୟବନ୍ତ ସାମ୍ପ୍ରତିକ କାଳରେ ଜଣେ ବିଶିଷ୍ଟ ସାରସ୍ୱତ ସ୍ରଷ୍ଟା । ତାଙ୍କ ସୃଷ୍ଟି ମଧ୍ୟରେ ମାଟିର ପର୍ବ,ନୀରବତାର ଚିତ୍ରାଙ୍କନ,ସାରାଂଶ,ଦୃଶ୍ୟାନ୍ତର ର ନାୟକ,ସେହି ସବୁ ସମୟ,ପ୍ରତି ଇଶ୍ୱର,  ସମ କାଳିନ ଓଡ଼ିଆ କବିତା ଦିଶା ଦୃଷ୍ଟି ପ୍ରଭୃତି ୨୦ ଖଣ୍ଡ ପୁସ୍ତକ ଉଲେଖନୀୟ । ସଂସଦ ପକ୍ଷରୁ ସାରଳା ଭବନ ଠାରେ ଆସନ୍ତା ୨୪ ତାରିଖ ସନ୍ଧ୍ୟାରେ ହେବାକୁ ଥିବା ସମାରୋହରେ କବି ଶ୍ରୀ ମହାରଣାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି  ସଂସଦର ସମ୍ପାଦକ ପ୍ରଫେସର ନୀରଂଜନ ତ୍ରିପାଠୀ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *