Friday , October 29 2021
Home / ବିଶେଷ / ସୁବ୍ରତ ଦାସଙ୍କୁ ଜାତୀୟ ଯୁବ ପୁରସ୍କାର

ସୁବ୍ରତ ଦାସଙ୍କୁ ଜାତୀୟ ଯୁବ ପୁରସ୍କାର

ଭୁବନେଶ୍ୱର , ୧୩/୮/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଶାରୁ ସୁବ୍ରତ କୁମାର ଦାସଙ୍କ ସମେତ ବିଭିନ୍ନ ରାଜ୍ୟରୁ ମୋଟ ୨୦ ଜଣଙ୍କୁ ଜାତୀୟ ଯୁବ ପୁରସ୍କାର ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ଏହି ପୁରସ୍କାର ମଧ୍ୟ ୩ଟି ସଙ୍ଗଠନକୁ ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ, ମାନବ ଅଧିକାର, ସକ୍ରିୟ ନାଗରିକତା ଭଳି ବିକାଶ ଓ ସମାଜ ସେବାରେ ଉକ୍ରୃଷ୍ଟ ସେବା ପ୍ରଦାନ ନିମନ୍ତେ ସେମାନଙ୍କୁ ପୁରସ୍କୃତ କରାଯାଇଥିବା ଜଣାପଡ଼ିଛି । ସୋମବାର ନୂଆଦିଲ୍ଲୀଠାରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ବ୍ୟକ୍ତିଗତ ପୁରସ୍କାର ସ୍ୱରୂପ ଏକ ମେଡାଲ, ପ୍ରମାଣ ପତ୍ର ଏବଂ ନଗଦ ୫୦ ହଜାର ଟଙ୍କା ଦିଆଯାଉଥିବା ବେଳେ ଯୁବ ସଙ୍ଗଠନଗୁଡ଼ିକୁ ପୁରସ୍କାର ସ୍ୱରୂପ ମେଡାଲ, ଏକ ପ୍ରମାଣପତ୍ର ଏବଂ ୨ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥାଏ । ପୁରସ୍କୃତ ହୋଇଥିବା ସୁବ୍ରତ ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ତକତପୁର ଅଂଚଳର ବାସିନ୍ଦା ଅଚନ୍ତି । ପିଲାଟିଦିନରୁ ସମାଜସେବା କ୍ଷେତ୍ରରେ ଆଗ୍ରହ ରଖିଥିବା ସୁବ୍ରତ କଲେଜରେ ପାଠ ପଢ଼ିବାବେଳେ ଜାତୀୟ ସେବା ଯୋଜନା ସହ ଜଡ଼ିତ ହୋଇଥିଲେ । ଜାତୀୟ ସେବା ଯୋଜନା ସହ ଜଡ଼ିତ ଥିବାବେଳେ ସେ ଦୁଇ ଦୁଇ ଥର ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବା ବେଳେ ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ତିନିଥର ଶ୍ରେଷ୍ଠ ସ୍ୱେଚ୍ଛାସେବା ଭାବେ ପୁରସ୍କୃତ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *