Wednesday , October 20 2021
Breaking News
Home / ତାଜା ଖବର / ସାପକାମୁଡ଼ାରେ ଭାଇଭଉଣୀ ମୃତ

ସାପକାମୁଡ଼ାରେ ଭାଇଭଉଣୀ ମୃତ

ସୁନ୍ଦରଗଡ଼, ୧୩/୮/୨୦୧୯(ଓଡ଼ିଶା ସମାଚାର)- ଏକ ଦୁଃଖଦ ଘଟଣାରେ ସବ୍ଡେଗା ବ୍ଲକ୍ସୁବୁଲିଆ ପଂଚାୟତର ନବରାଙ୍ଗପୁର ଗ୍ରାମର ତଳପଡାରେ ସାପକାମୁଡାରେ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି । ମୃତ ଭାଇଭଉଣୀ ହେଲେ ଗାଁର ପ୍ରଦୀପ ଦଣ୍ଡସେନାଙ୍କ ଝିଅ ବର୍ଷା (୧୨) ଓ ପୁଅ ଅବିନାଶ (୮) । ସୋମବାର ସକାଳେ ଶିବ ମନ୍ଦିର ଯିବାକୁ ବାହାରିବା ସମୟରେ ପ୍ରଦୀପଙ୍କ ପତ୍ନୀ ଜୁଲି ଦଣ୍ଡସେନା ଭାଇଭଉଣୀଙ୍କୁ ନିଦରୁ ଉଠାଇବାବେଳେ ସେମାନେ ଚେତାଶୂନ୍ୟ ହୋଇଥିବା ଜାଣିବାକୁ ପାଇଥିଲେ । ଉଭୟଙ୍କ ଦେହରେ ସାପ କାମୁଡ଼ା ଚିହ୍ନ ଦେଖି ପରିବାର ଲୋକେ ସୁନ୍ଦରଗଡ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ବର୍ଷାକୁ ବୁର୍ଲା ଡାକ୍ତରଖାନା ଓ ପୁଅ ଅବିନାଶକୁ ରାଉରକେଲା ଆଇଜିଏଚ୍ ହସ୍ପିଟାଲ ନେଇଯିବା ପାଇଁ କହିଥିଲେ । ହେଲେ ଡାକ୍ତରଖାନା ନେବା ବାଟରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା । ବର୍ଷା ସୁନ୍ଦରଗଡ଼ ରାଣୀବଗିଚା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ଏବଂ ପୁଅ ଅବିନାଶ ନବରଙ୍ଗପୁର ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ଓଡ଼ିଶା ସମାଚାର

About admin

Check Also

ମାଟି ଖୋଳି ଗଳିତ ମୃତ ଦେହ ଉଦ୍ଧାର କଲା ପୋଲିସ୍ – ତାହା ନିଖୋଜ ଅଧ୍ୟକ୍ଷା ଙ୍କର କି ଅନ୍ୟ କାହାର ଜଣାପଡ଼ିନାହିଁ

କଳାହାଣ୍ଡି,୧୯/୧୦/୨୦୨୧(ଓଡ଼ିଶା ସମାଚାର)- ନିଖୋଜ ଘରୋଇ କଲେଜ ଅଧ୍ୟକ୍ଷା ମମତା ମେହେର ଙ୍କ ପତା ପାଉନି ପୋଲିସ୍ । ଗତକାଲି ରାତିରୁ …

Leave a Reply

Your email address will not be published. Required fields are marked *