Friday , May 27 2022
Breaking News
Home / ବିଶେଷ / ରାୟଗଡ଼ାରେ ମୁଁ ହିରୋ କାର୍ଯ୍ୟକ୍ରମ

ରାୟଗଡ଼ାରେ ମୁଁ ହିରୋ କାର୍ଯ୍ୟକ୍ରମ

ରାୟଗଡ଼ା, ୧୩/୦୮/୨୦୧୯(ଓଡ଼ିଶା ସମାଚାର)-ଗଙ୍ଗାବାଡ଼ ପଂଚାୟତ ର ମାଣିକପାଟଣା ଗ୍ରାମରେ ବ୍ଲକ୍ ଯୁବ ସଂଯୋଜକ ଲୋକନାଥ ପାଇକ ଙ୍କ ଅଧ୍ୟକ୍ଷତାରେ ମୁଁ ହିରୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ବ୍ଲକ୍ ଅଧ୍ୟକ୍ଷ ଧନେଶ୍ୱର ଭୁୟାଁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।  ସମ୍ମାନୀତ ଅତିଥି ସାମ୍ବାଦିକ ସୌମ୍ୟରଂଜନ ପଟ୍ଟନାୟକ, ସମାଜସେବୀ ରବି ନାୟକ ଓ ପଂଚାୟତ ପ୍ରତିନିଧି ମଂଚାସୀନ ଥିଲେ ।  ଆଦିବାସୀ ଅଧ୍ୟୁସିତ ଅଂଚଳଭାବେ ପରିଚିତ  ମାଣିକପାଟଣା ଗ୍ରାମର ଦାଶରଥି ଭୁୟାଁ ବିଟେକ ପଢ଼ୁଥିବାରୁ ସେ ଉକ୍ତ ପଂଚାୟତର ଯୁବ ପିଢ଼ିଙ୍କ ପାଇଁ ପ୍ରେରଣା ଦାୟକ ହୋଇଥିବାରୁ ତାଙ୍କୁ ପଂଚାୟତର ହିରୋ ଭାବେ ମନୋନୀତ କରାଯାଇଥିଲା ।  ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଶତାଧିକ ଯୁବ ଗୋଷ୍ଠି ଏହିସବୁ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । କୃତୀ ଯୁବକ ଯୁବତୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଜୁ ଯୁବ ବାହିନୀର ସମ୍ପାଦକ ନରସିଂହ ଭୁୟାଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

About admin

Check Also

ଭତା ଅପେକ୍ଷାରେ ରୋଗଗ୍ରସ୍ତ ବାପ ଓ ଝିଅ

କେନ୍ଦ୍ରାପଡ଼ା, ୨୬/୦୫/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତର ଆୟବା ଗ୍ରାମର ରୋଗଗ୍ରସ୍ତ ବାପ ଓ ଝିଅ …

Leave a Reply

Your email address will not be published. Required fields are marked *