ବାଲେଶ୍ୱର,୧୩/୦୮/୨୦୧୯(ଓଡ଼ିଶା ସମାଚାର)-ତିନି ତଲାକକୁ ଅପରାଧଶ୍ରେଣୀଭୁକ୍ତ କରାଯିବା ସହ ଦଣ୍ଡ ବିଧାନ ପାଇଁ ସଂସଦରେ ବିଲ୍ଗୃହୀତ ହେବା ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଥିବାବେଳେ କେନ୍ଦ୍ରାପଡ଼ା ଜିଲାରେ ୧ମ ତଲାକ ଘଟଣା ଅଭିଯୋଗ ହୋଇଥିବାବେଳେ ରାଜ୍ୟରେ ପୁଣି ଆଉ ଏକ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଂଚଳରେ ତିନି ତଲାକଅଭିଯୋଗ ହୋଇଥିବା ରବିବାର ଜଣାପଡ଼ିଛି । ସୂଚନା ଅନୁସାରେ ସୁନାଧରବସାଣ ଗାଁରେ ଘରୋଇ କଳିରୁ ସ୍ତ୍ରୀକୁ ସ୍ୱାମୀ ତିନି ତଲାକ୍ ଦେଇଛି । ସ୍ୱାମୀ-ସ୍ତ୍ରୀଙ୍କ ବଚସା ହେବାରୁ ଗାଁ ମସଜିଦ୍ରେ ବୈଠକ ବସିଥିଲା । ଗାଁ ମୁଖିଆ ଓ ବାପା ମା’ଙ୍କ ଉପସ୍ଥିତିରେ ସ୍ୱାମୀ ତିନି ତଲାକ୍ ଦେଇଥିବା ଅଭିଯୋଗ ହୋଇଛି । କେଇଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲାପଟ୍ଟାମୁଣ୍ଡାଇ ଅଂଚଳରେ ତିନି ତଲାକ ଅଭିଯୋଗ ସାମ୍ନାକୁ ଆସିଥିଲା ଓ ଏ ସଂକ୍ରାନ୍ତରେ ଥାନାରେ ମାମଲା ରୁଜୁ ହୋଇଛି । ଓଡ଼ିଶା ସମାଚାର