Friday , September 29 2023
Breaking News
Home / ବିଶେଷ / ବିଧାୟକଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ଚିଠି – ‘କୋଟିଏ ନଦେଲେ ପରିସ୍ଥିତି ଭୟାବହ’

ବିଧାୟକଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ଚିଠି – ‘କୋଟିଏ ନଦେଲେ ପରିସ୍ଥିତି ଭୟାବହ’

ରାଉରକେଲା, ୧୩/୮/୨୦୧୯(ଓଡ଼ିଶା ସମାଚାର)- ୨୪ ଘଂଟା ଭିତରେ କୋଟିଏ ଟଙ୍କା ନଦେଲେ ପରିସ୍ଥିତି ଭୟାବହ ହେବ । ଏହି ଟଙ୍କା ସ୍ଥାନୀୟ ବିଧାୟକଙ୍କଠାରୁ ଆଣି ଦେବା ପାଇଁ କେତେକ ଦୁର୍ବୃତ ରାଉରକେଳାର ଜଣେ ବ୍ୟବସାୟୀ ଖଗେନ୍ଦ୍ର ଦାସଙ୍କୁ ଧମକ ଦେଇଛନ୍ତି । ଏ ନେଇ ଖାଦାନଢିପା ଅଂଚଳର ବ୍ୟବସାୟୀଙ୍କ ଘର କାନ୍ଥରେ ଲାଗିଛି ଏହି ଚିଠି । ଏହା ସହିତ ଟଙ୍କା ନଦେଲେ ଗାଡ଼ି ପୋଡ଼ିଦେବାକୁ ବ୍ୟବସାୟୀଙ୍କୁ ଧମକ ଦିଆଯାଇଛି । ଚିଠି ସହ ବ୍ୟବସାୟୀଙ୍କ ଏକ ମାଲବାହୀ ଗାଡ଼ିକୁ ମଧ୍ୟ ଦୁର୍ବୃତମାନେ ପୋଡ଼ିବା ପାଇଁ ନିଆଁ ଲଗାଇ ଦେଇଥିଲେ । ତେବେ ଗାଡ଼ିଟି ଅଧା ପୋଡ଼ିଥିବା ବେଳେ ନିଆଁକୁ ଆୟତ କରାଯାଇଛି । ପୁଲିସ ଚିଠିଟିକୁ ଜବତ କରି ତଦନ୍ତ କରୁଥିବାବେଳେ ଗାଡ଼ି ପୋଡ଼ି ଘଟଣାର ମଧ୍ୟ ତଦନ୍ତ କରୁଛନ୍ତି । ତେବେ ଏହି ଘଟଣାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଆଦୌ ଭୟଭୀତ ନଥିବା କହିଛନ୍ତି । ଏପରିକି ତାଙ୍କଠାରୁ ୧ କୋଟି ଟଙ୍କା ମାଗିବାର ଯଥାର୍ଥତା ବୁଝିପାରୁନଥିବା ସେ କହିଛନ୍ତି । ସେପଟେ ଧମକପୂର୍ଣ୍ଣ ଚିଠି ଲଗାଇଥିବା ଦୁର୍ବୃତଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ପୁଲିସ ଅଧିକାରୀ । ଧମକପୂର୍ଣ୍ଣ ଚିଠିରେ କୋଟିଏ ଟଙ୍କା ଲେଖାଯାଇଥିବା ବେଳେ ପୁଲିସ କିନ୍ତୁ ଭିନ୍ନ କଥା କହିଛି । ବିଧାୟକଙ୍କଠାରୁ କୋଟିଏ ନୁହେଁ ୧୦ ଲକ୍ଷ ଟଙ୍କା ଆଣି ଦେବା ପାଇଁ ଦେବାକୁ ଚିଠିରେ ଉଲ୍ଲେଖ ରହିଛି ବୋଲି କହିଛି ପୁଲିସ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *