Thursday , October 21 2021
Breaking News
Home / ତାଜା ଖବର / ବନ୍ଧୁକ ମୁନରେ ୨୫ ହଜାର ଟଙ୍କା ଓ ବାଇକ ଲୁଟ୍

ବନ୍ଧୁକ ମୁନରେ ୨୫ ହଜାର ଟଙ୍କା ଓ ବାଇକ ଲୁଟ୍

କୋଦଳା, ୧୩/୦୮/୨୦୧୯(ଓଡ଼ିଶା ସମାଚାର)- ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତିରିଡ଼ା ଗ୍ରାମର ୩ ଜଣ କଳା ମୁଖାଧାରୀ ଯୁବକ ଏକ ବାଇକ ରେ ଆସି ବନ୍ଧୁକ ମୁନରେ ଦୁଇ ଜଣ କର୍ମଚାରୀଙ୍କ ଠାରୁ ୨୫ ହଜାର ଟଙ୍କା,୨ ଟି ମୋବାଇଲ ଓ ଗୋଟିଏ ବାଇକ ଲୁଟି ନେଇଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ଖଲିକୋଟ ଥାନା ଅନ୍ତର୍ଗତ ମଥୁରାର ଆଇସିଆଇସିଆଇ ବ୍ୟାଙ୍କ ର୍ମଚାରୀ ବିଭୂତି ସାହୁ ଓ ଶୁଭଶ୍ରୀ ନାୟକ ଏକ ବାଇକ ଓ ସ୍କୁଟିରେ ତିରିଡ଼ା ଅଭିମୁଖେ ଯାଉଥିବାବେଳେ ୩ ଜଣ କଳାମୁଖା ଧାରୀ ଏକ କଳା ରଙ୍ଗର ପଲସର ରେ ଆସି ବନ୍ଧୁକ ଲଗାଇ ଏସବୁ ଲୁଟିନେଇଥିଲେ । ଏ ସମ୍ପର୍କରେ ଫାଣ୍ଡିରେ ଏତଲା ଦେବା ପରେ ୨୦୯/୧୯ ରେ ଏକ ମାମଲା ରୁଜୁ ହୋଇଛି । ଫାଣ୍ଡି ଅଧିକାରୀ ଦିପ୍ତିରଂଜନ ବେହେରା ତଦନ୍ତ କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *