କେନ୍ଦ୍ରାପଡା, ୧୩/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା କୃଷକ ବିକାଶ ପରିଷଦ ପକ୍ଷରୁ କେନ୍ଦ୍ରାପଡା ଜଳସମ୍ପଦ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ପଟ୍ଟାମୁଣ୍ଡାଇ ୮(ଏ)କେନାଲର ଗୁଆଳସିଂ ସବମାଇନରର ଘନଶ୍ୟାମପୁର ଗ୍ରାମ ମୁଣ୍ଡରୁ ବାଦିପଡା ମୈାଜା ପର୍ଯ୍ୟନ୍ତ ଯାଇଥିବା ଶାଖା କେନାଲଟି ପୋତି ହୋଇପଡିଥିବାରୁ ସେହି ଅଂଚଳର ଚାଷଜମିରେ ଜଳସେଚନ ହୋଇପାରୁ ନଥିବା ବିଷୟରେ ଅଭିଯୋଗ କରିଛନ୍ତି । ଏହି ଶାଖା କେନାଲଟିର ସଫେଇ ଓ ଖନନ ନିମନ୍ତେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ,ସହକାରୀ ଯନ୍ତ୍ରୀଙ୍କୁ ଚାଷିମାନେ ପୂର୍ବରୁ ବାରମ୍ବାର ଲିଖିତ ନିବେଦନ କରିବା ପରେବି ଅଦ୍ୟାବଧି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ପରିଷଦ ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଛି ଯେ ଯଦି ଚଳିତମାସ ୨୯ତାରିଖ ମଧ୍ୟରେ ଏହି ସମସ୍ୟାର ସମାଧାନ ନିମନ୍ତେ ଜଳସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ସେହି ଶାଖା କେନାଲ ଉପରେ ନିର୍ଭର କରୁଥିବା ଘନଶ୍ୟାମପୁର, ନୂଆଗାଁ, ବାଦିପଡା, ହଳଦିଆ, ଠାକୁରପାଟଣା, ଓଲଢି, ମନ୍ତ୍ରୀପଡା ପ୍ରଭୃତି ଗ୍ରାମର ଶତାଧିକ ଚାଷୀ ଆସନ୍ତା ୩୦ତାରିଖ ପୂର୍ବାହ୍ନ ୧୧ଘଟିକା ସମୟରେ କେନ୍ଦ୍ରାପଡା ଜଳସମ୍ପଦ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ଓଡ଼ିଶା ସମାଚାର
Check Also
ଜିଲ୍ଲା ସ୍ତରୀୟ ହାଭେଷ୍ଟର ମାଲିକ ସଂଘର ବୈଠକ କର୍ମ କର୍ତା ଚୟନ
ଜୁନାଗଡ଼,୨୨/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ହାଭେଷ୍ଟର ମାଲିକ …