Saturday , October 23 2021
Home / ବିଶେଷ / ଚିକିତ୍ସାଧୀନ ଅବସ୍ଥାରେ ଆଜୀବନ ସଜା କାଟୁଥିବା କଏଦୀଙ୍କ ମୃତ୍ୟୁ

ଚିକିତ୍ସାଧୀନ ଅବସ୍ଥାରେ ଆଜୀବନ ସଜା କାଟୁଥିବା କଏଦୀଙ୍କ ମୃତ୍ୟୁ

କେନ୍ଦୁଝର, ୧୩/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲା କାରାଗାରରେ ଆଜୀବନ ସଜା କାଟୁଥିବା ଜଣେ କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ କଏଦୀଙ୍କ ନାମ ପୁନିଆ ନାଏକ (୭୦) ଓ ତାଙ୍କ ଘର ଘଟଗାଁ ବ୍ଲକ୍ ଉପରଡିହା ଗ୍ରାମରେ । ଏକ ହତ୍ୟା ଘଟଣାରେ ସେ ୨୦୦୨ରୁ କେନ୍ଦୁଝର ଜେଲରେ ଆଜୀବନ ସଜା କାଟୁଥିଲେ । ଗତ ଜୁଲାଇ ୪ ତାରିଖରେ ପୁନିଆ ନାଏକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପ୍ରଥମେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନା ଏବଂ ପରେ ଜୁଲାଇ ୬ ତାରିଖରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସତ ହେଉଥିବା ବେଳେ ରବିବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏକମାସ ପୂର୍ବରୁ ସୁନୀଲ ମୁଣ୍ଡା ନାମକ ଜଣେ କଏଦୀ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ । କେନ୍ଦୁଝର ଜେଲରେ କଏଦୀଙ୍କ ଅବସ୍ଥା ଗୁରୁତର ହେଲେ ମେଡିକାଲ ପଠାଯାଉଥିବା ବେଳେ ବିଳମ୍ବିତ ଚିକିତ୍ସା ଯୋଗୁଁ କଏଦୀଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି । ଏନେଇ ଜେଲ ଅଧୀକ୍ଷକ ଗରିବ ସାହୁଙ୍କ ସହ ଯୋଗାଯୋଗ କରିବାରୁ ପୁନିଆ ନାଏକଙ୍କ ଅବସ୍ଥା ଗୁରୁତର ଥିଲା, କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *