Monday , June 27 2022
Breaking News
Home / ଶିକ୍ଷା / ଗଣିତ, ଇଂରାଜୀ ଓ ବିଜ୍ଞାନ ଉପରେ ଫୋକସ : ୪୫ ମିନିଟ ବଦଳରେ ଦେଢ଼ ଘଂଟିଆ ପିରିୟଡ଼

ଗଣିତ, ଇଂରାଜୀ ଓ ବିଜ୍ଞାନ ଉପରେ ଫୋକସ : ୪୫ ମିନିଟ ବଦଳରେ ଦେଢ଼ ଘଂଟିଆ ପିରିୟଡ଼

ଭୁବନେଶ୍ୱର,୧୩/୦୮/୨୦୧୯(ଓଡ଼ିଶା ସମାଚାର)- ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ପୁଣି ଏକ ନୂଆ ନିଷ୍ପତି । ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ପରୀକ୍ଷାରେ ୩ ଟି ବିଷୟରେ ଭଲ କରୁନାହାନ୍ତି । ସାଧାରଣଭାବେ ଗଣିତ, ଇଂରାଜୀ ଓ ବିଜ୍ଞାନ ବିଷୟରେ ଛାତ୍ର ଛାତ୍ରୀମାନେ ଭଲ କୁନଥିବା ଦେଖାଯାଉଥିବାରୁ ସେହି ୩ ଟି ବିଷୟକୁ ଫୋକସ କରାଯିବ । ୯ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କୁ ଏହି ୩ ଟି ବିଷୟରେ ଏଣିକି ୪୫ ମିନିଟ ପରିବର୍ତେ ଦେଢ଼ଘଂଟା ପିରିୟଡ଼ ରେ ଶିକ୍ଷା ଦାନ କରାଯିବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସିମିର ରଂଜନ ଦାଶ କହିଛନ୍ତି । ସେହିଅନୁସାରେ ବିଦ୍ୟାଳୟ ଗୁଡ଼ିକ ରୁଟିନ ପ୍ରସ୍ତୁତ କରିବେ । ଦେଢ଼ଘଂଟା ସମୟ ମିଳିଲେ ଛାତ୍ର ଛାତ୍ରୀମାନେ ଉପରୋକ୍ତ ୩ ଟି ବିଷୟରେ ଶିକ୍ଷକ ମାନଙ୍କୁ ପଚାରି ସେମାନଙ୍କର ସନ୍ଦେହ ଦୂର କରି ପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

ସାଲେପୁର, ୨୫ /୬/୨୦୨୨ (ଓଡିଶା ସମାଚାର/ ଅଭୟଜେନା ) -ସାଲେପୁର ବ୍ଲକ ଅନ୍ତର୍ଗତ ୧୬ ଗୋଟି  ୫ ଟି ରୂପାନ୍ତରିତ …

Leave a Reply

Your email address will not be published. Required fields are marked *