Wednesday , October 20 2021
Breaking News
Home / ବିଶେଷ / ଖାରବେଳ ଭବନ ଉଦଘାଟନ ୧୫ ରେ – ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଖାରବେଳ ଭବନ ଉଦଘାଟନ ୧୫ ରେ – ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଆସନ୍ତା ଅଗଷ୍ଟ ୧୫ ତାରିଖରେ ୧୦ ତାଲା ବିଶିଷ୍ଟ ବହୁ ପ୍ରତିକ୍ଷିତ ଖାରବେଳ ଭବନ ଉଦଘାଟିତ ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପରିଦର୍ଶନ କରି ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପରିଦର୍ଶନ ସମୟରେ ଖାରବେଳ ଭବନର ପାର୍କିଂ ସ୍ଥଳ ଓ ୮ମ ମହଲାରେ ଥିବା ୧୦୦ ଆସନ ବିଶିଷ୍ଟ କନଫରେନ୍ସ ହଲ ପରିଦର୍ଶନ କରିଥିଲେ । ପରେ ୫ମ ମହଲାରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ବସିବା ପାଇଁ କରାଯାଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ପୁର୍ତ ସଚିବ କ୍ରିଷ୍ଣନ କୁମାର,ମୁଖ୍ୟ ଯନ୍ତ୍ରୀ ସତ୍ୟ ରଂଜନ ସେଠୀ,ଅଧିକ୍ଷଣ ଯନ୍ତ୍ରୀ ରଂଜିତ କୁମାର ସାହୁ,ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ମିଶ୍ର,ପୋଲିସ ଡ଼ିସିପି ଅନୁପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ନବ ନିର୍ମିତ ଖାରବେଳ ଭବନରେ ଶିଳ୍ପ, ବାଣିଜ୍ୟ ଓ ପରିବହନ, ଅଣୁ ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଇଲୋକଟ୍ରୋନିକ ଓ ସୂଚନା ପ୍ରଯୁକ୍ତି , ଶ୍ରମ ଏବଂ କର୍ମଚାରୀ ବୀମା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ,ବିଜ୍ଞାନ ଓ କାରିଗରୀ, ହସ୍ତତନ୍ତ ଓ ହସ୍ତ ଶିଳ୍ପ, ଜଙ୍ଗଲ ଓ ପରିବେଶ,ନଗର ଉନ୍ନୟନ ଏବଂ ଶକ୍ତି ବିଭାଗ କାର୍ଯ୍ୟ କରିବ । ବିଭାଗୀୟ ସଚିବ ମାନେ ଏହି ଭବନରେ ବସିବେ । କେଉଁ ବିଭାଗ କେଉଁ ମହଲାରେ ରହିବ ସେ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ତାଲିକା ପ୍ରକାଶ ପାଇଛି । ୧ମ ମହଲାର ପୂର୍ବ ଏବଂ ପଶ୍ଚିମ ବ୍ଲକ୍ ରେ ପ୍ରତୀକ୍ଷାଳୟ ,ଅଭ୍ୟର୍ଥନା ପ୍ରକୋଷ୍ଠ ,ସମ୍ମିଳନୀ କକ୍ଷ , କାନଟିନ ଓ କାଫେ ରହିବ । ୮ମ ମହଲାରେ ସମ୍ମିଳନୀ କକ୍ଷ ଓ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ସ୍ୱତନ୍ତ୍ର କକ୍ଷ ସହିତ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ରହିବ ବୋଲି ଜଣାପଡ଼ିଛି । ୨୦୧୬ ମସିହା ମାର୍ଚ ମାସରେ ଏହି ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାର ନିର୍ମାଣ କାର୍ଯ୍ୟ ଶେେ ହୋଇଥିଲେ ମଧ୍ୟ ଫଣି ବାତ୍ୟା ଓ ନିର୍ବାଚନ ଯୋଗୁ ଉଦଘାଟିତ ହୋଇ ପାରିନଥିଲା । ୧୩୭ କୋଟି ଟଙ୍କା ବ୍ୟୟରେ ଏହି ଭବନ ନିର୍ମାଣ କରାଯାଇଥିବା ବିଭାଗୀୟ ମୁଖ୍ୟଯନ୍ତ୍ରୀ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ – ୭୧ ଜଣ ଶିଶୁ ସଂକ୍ରମିତ – ୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦/୧୦/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *