Sunday , September 25 2022
Home / ତାଜା ଖବର / କାନ୍ଥ ପଡ଼ି ଶାଶୁ ମୃତ, ବୋହୁ ଗୁରୁତର ଆହତ

କାନ୍ଥ ପଡ଼ି ଶାଶୁ ମୃତ, ବୋହୁ ଗୁରୁତର ଆହତ

ଭବାନୀପାଟଣା,୧୩/୦୮/୨୦୧୯(ଓଡ଼ିଶା ସମାଚାର)- ଭବାନୀପାଟଣା ଗୋଶାଳା ପଡ଼ାରେ ରୋଷେଇ ଘର କାନ୍ଥ ପଡ଼ିଯିବାରୁ ଶାଶୁ ମୃତ୍ୟୁ ବରଣ କରିଥିବାବେଳେ ବୋହୁ ଗୁରୁତର ଆହତ ହୋଇଛନ୍ତି । ଗୋଶାଳା ପଡ଼ାରେ ରହୁଥିବା ଏକ ଫେରିବାଲା ପରିବାର ରହନ୍ତି । ଲଗାଣ ବର୍ଷାରେ ରୋଷେଇ ଘର କାନ୍ଥ ପଡ଼ିଯିବାରୁ ଶାଶୁ ରାଣୀମତୀ ସିଂ (୭୦) ଓ ବୋହୁ ଯଶବନ୍ତୀ ସିଂ (୪୮) କାନ୍ଥ ତଳେ ଚାପିହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର ଶାଶୁ ରାଣୀମୀ ସିଂ ଙ୍କୁ ମୃତ ଘୋଷଣା କରିଥିଲେ । ଯଶବନ୍ତୀଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.