Monday , October 18 2021
Breaking News
Home / ସ୍ୱାସ୍ଥ୍ୟ / ଏକ୍ସପାୟରୀ ମେଡିସିନ ଖାଇ ମୃତ୍ୟୁ ଘଟଣା : ୩ ଲକ୍ଷ କ୍ଷତିପୂରଣ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ

ଏକ୍ସପାୟରୀ ମେଡିସିନ ଖାଇ ମୃତ୍ୟୁ ଘଟଣା : ୩ ଲକ୍ଷ କ୍ଷତିପୂରଣ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୩/୦୮/୨୦୧୯(ଓଡ଼ିଶା ସମାଚାର)-୨୦୧୭ ଡିସେମ୍ବର ୩୧ରେ ଏକ୍ସପାୟରୀ ମେଡିସିନ ଖାଇ ଯକ୍ଷ୍ମାରେ ଆକ୍ରାନ୍ତ କଟକ ରାଜାବଗିଚାସ୍ଥିତ ଗୁଡ଼ି ନାୟକଙ୍କ ମୃତ୍ୟୁ ଘଟିଥିଲା । ଏହି ମାମଲାରେ ରାଜ୍ୟ ମାନବାଧିକାର କମିଶନ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି । କମିଶନ ଗୁଡ଼ିଙ୍କ ପରିବାରକୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ଗୁଡ଼ିଙ୍କ ମୃତ୍ୟୁ ପାଇଁ କମିଶନ ଡାକ୍ତର, ଆଶାକର୍ମୀ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଦାୟୀ କରିଛନ୍ତି । ଏମାନଙ୍କ ବିରୁଦ୍ଧରେ ଆସନ୍ତା ମାସ ୬ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ରାଜାବଗିଚା ଅଂଚଳର ରାଜେନ୍ଦ୍ର ନାଥଙ୍କ ଝିଅ ଦୁଇବର୍ଷ ଧରି ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିଲେ । ପରିବାର ଲୋକେ ଏ ସମ୍ପର୍କରେ ଆଶାକର୍ମୀଙ୍କୁ କହିବା ପରେ ସେ କଟକ ସିଟି ମେଡିକାଲର ଡାକ୍ତରଙ୍କଠାରୁ ମେଡିସିନ ଆଣି ତାଙ୍କୁ ଖାଇବାକୁ ଦେଇଥିଲେ । ଏହି ମେଡିସିନକୁ ଏଳମାସ ଧରି ଖାଇବା ପରେ ୨୦୧୭ ଡିସେମ୍ବର ୩୦ ତାରିଖରେ ଗୁଡ଼ି ଗୁରୁତର ହୋଇପଡ଼ିଥିଲେ । ଏହାପରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ହେଲେ ତା ପରଦିନ ହିଁ ସେ ମୃତ୍ୟୁବରଣ କରିଥିଲେ । ପରବର୍ତୀ ସମୟରେ ଗୁଡ଼ି ଖାଇଥିବା ମେଡିସିନ ଏକ୍ସପାୟରୀ ହୋଇଯାଇଥିବା କଥା ପ୍ରକାଶ ପାଇଥିଲା । ଏହାର କିଛି ଦିନ ପରେ ଆଶାକର୍ମୀ ନିଜେ ମଧ୍ୟ ସ୍ୱୀକାର କରିଥିଲେ ଯେ ଇଂରାଜୀ ବୁଝି ନପାରିବା ଯୋଗୁଁ ସେ ମେଡିସିନ ଏକ୍ସପାୟରୀ ହୋଇଥିବା କଥା ଜାଣିପାରିନଥିଲେ । ଆଶାକର୍ମୀ ଗଣମାଧ୍ୟମରେ ଦୋଷ ସ୍ୱୀକାର କରିବା ପରେ ମାନବାଧିକାର କର୍ମୀମାନେ ଏନେଇ ମାନବାଧିକାର କମିଶନ ନିକଟରେ ଅଭିଯୋଗ କରିଥିଲେ । କମିଶନ ଏକ ସ୍ୱତନ୍ତ୍ର ଟିମ କୁ ନିଯୁକ୍ତ କରି ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସଦ୍ୟ ପ୍ରକାଶିତ ରିପୋର୍ଟରେ ସିଟି ହସପିଟାଲ ଡାକ୍ତର, ଆଶାକର୍ମୀଙ୍କ ସମେତ ଅନ୍ୟ କିଛି ଲୋକଙ୍କୁ ଗୁଡ଼ିର ମୃତ୍ୟୁ ପାଇଁ ଦାୟୀ ବୋଲି କୁହାଯାଇଛି । ଓଡ଼ିଶା ସମାଚାର

About admin

Check Also

ମେରୁଦଣ୍ଡ ରୋଗ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ଏବଂ ଶୀଘ୍ର ଚିକିତ୍ସା କରିବା ଅତ୍ୟନ୍ତ ଜରୁରି ଅଟେ

ଭୁବନେଶ୍ୱର,୧୬/୧୦/୨୦୨୧(ଓଡ଼ିଶା ସମାଚାର)- ବାର୍ଦ୍ଧକ୍ୟ ପ୍ରକ୍ରିୟା ହେତୁ ସାଧାରଣ ଟିସୁ ଗଠନ ଏବଂ କାର୍ଯ୍ୟର କ୍ଷୟକୁ ଡିଜେରେଟିଭ୍ ରୋଗ ବୋଲି କୁହାଯାଏ …

Leave a Reply

Your email address will not be published. Required fields are marked *