Saturday , September 25 2021
Breaking News
Home / Uncategorized / କୋର୍ଟ ଭ୍ୟାନ୍ ରୁ ଡେଇଁ ବିଚାରାଧିନ କଏଦୀ ଚମ୍ପଟ ମାରିବା ଘଟଣା ରେ ୫ ପୋଲିସ କର୍ମଚାରୀ ନିଲମ୍ବିତ

କୋର୍ଟ ଭ୍ୟାନ୍ ରୁ ଡେଇଁ ବିଚାରାଧିନ କଏଦୀ ଚମ୍ପଟ ମାରିବା ଘଟଣା ରେ ୫ ପୋଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,୧୨/୦୮/୨୦୧୯(ଓଡ଼ିଶା ସମାଚାର)- କର୍ତବ୍ୟରେ ଅବହେଳା ପାଇଁ ୫ ଜଣପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏଥି ମଧ୍ୟରେ ଜଣେ ହାବିଲଦାର ଓ ୪ ଜଣ କନଷ୍ଟେବଳ ରହିଛନ୍ତି । ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସେମାନଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫହୋଇ ବିଚାର ବିଭାଗୀୟ ହାଜତରେ ଥିବା ଅଭିଯୁକ୍ତ ତପନ ରାଉତକୁ ଗତ୯ ତାରିଖ ଦିନ ପୋଲିସ ହେପାଜତରେ ଭାପୁର ଜେଏମଏଫସି କୋର୍ଟରେ ହାଜର କରିବା ପାଇଁ ନିଆଯାଉଥିବାବେଳେ ସେ କୋର୍ଟ ଭ୍ୟାନ୍ ରୁ ଡେଇଁ ଚମ୍ପଟ୍ ମାରିଥିଲା । ପ୍ରକାଶ ଥାଉ କି ଅଭିଯୁକ୍ତ ତପନ ଏହା ପୂର୍ବରୁ ୨ ଥର ଖଣ୍ଡପଡ଼ା ଜେଲ ରୁ ଖସି ଯାଇଥିଲା । ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୨ ଜଣୱାର୍ଡ଼ର ମଧ୍ୟ ନିଲମ୍ବିତ ହୋଇଥିଲେ । ଏତେସବୁ ପରେ ମଧ୍ୟ ଏମାନେ ସତର୍କତା ଅବଲମ୍ବନ କରିନଥିଲେ । ଓଡ଼ିଶା ସମାଚାର

About admin

Check Also

ପାରାଦୀପ ର ଦୁଇ ନାବାଳକ ବାଇକ୍ ଚାଳକଙ୍କୁ ୫୨ ହଜାର ଟଙ୍କା ଜୋରିମାନା

ପାରାଦୀପ ୧୯/୦୨/୨୦୨୧ (ଓଡ଼ିଶା ସମାଚାର)-ପାରାଦୀପ ଅଂଚଳ ର ଦୁଇଜଣ ଅମାନିଆ ନାବାଳକ ସ୍କୁଟି ଚାଳକଙ୍କୁ ଆଜି ଧରିଛି ଜଗତସିଂହପୁର ଜିଲ୍ଲା …

Leave a Reply

Your email address will not be published. Required fields are marked *