Friday , January 28 2022
Breaking News
Home / ବିଶେଷ / ୬୬ ଚାଷୀଙ୍କୁ ନଡ଼ିଆ ଚାରା ପ୍ରଦାନ

୬୬ ଚାଷୀଙ୍କୁ ନଡ଼ିଆ ଚାରା ପ୍ରଦାନ

ମହାକାଳପଡ଼ା, ୧୨/୦୮/୨୦୧୯(ଓଡ଼ିଶା ସମାଚାର)- ମହାକାଳପଡା ବ୍ଲକ ଅନ୍ତର୍ଗତ ବରକନ୍ଧା ପଂଚାୟତ ତେନ୍ତୁଲିକନ୍ଧା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ୬୬ଜଣ ଜବ କାର୍ଡଧାରୀଙ୍କୁ ନଡ଼ିଆଚାରା ପ୍ରଦାନ କରାଯାଇଛି । ସ୍ଥାନୀୟ ସରପଂଚ ମୋନାଲିସା ସେନାପତି ପ୍ରତ୍ୟେକଙ୍କୁ ୨୩ଟି ଲେଖାଏଁ ନଡ଼ିଆଚାରା ପ୍ରଦାନ କରିଥିଲେ । ସହକାରୀ ଉଦ୍ୟାନ ଅଧିକାରୀ ଧର୍ମପଦ ମହାରଣା, ଉଦ୍ୟାନ ସମ୍ପ୍ରସାରଣ କର୍ମଚାରୀ ମହେନ୍ଦ୍ର କୁମାର ଭୂୟାଁ, ସମାଜସେବୀ ଅଶୋକ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ପାହାଡି ତରଙ୍ଗ ତରଫରୁ ସାଧାରଣ ତନ୍ତ୍ର ଦିବସ ପାଳିତ

ବାଲିଗୁଡା,୨୮/୦୧/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ାଠାରେ ଥିବା କନ୍ଧମାଳ ଜିଲ୍ଲାର ସର୍ବପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ “ପାହାଡ଼ି ତରଙ୍ଗ …

Leave a Reply

Your email address will not be published. Required fields are marked *