Friday , September 29 2023
Breaking News
Home / ତାଜା ଖବର / ସାଲେପୁର ସାପ୍ତାହିକ ହାଟରୁ ମୋଟରସାଇକେଲ୍ ଚୋରି

ସାଲେପୁର ସାପ୍ତାହିକ ହାଟରୁ ମୋଟରସାଇକେଲ୍ ଚୋରି

ସାଲେପୁର, ୧୨/୦୮/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା )- ଆଜି ସକାଳ ପ୍ରାୟ ୯ଟା ସମୟରେ ବାଲିସାହି ଅଂଚଳର ପୂର୍ଣ୍ଣଚନ୍ଦ୍ର ରଥ ନିଜ ହିରୋହୁଣ୍ଡା ସ୍ପେଣ୍ଡର ମୋଟର ସାଇକେଲ୍ ନଂ- ଓ.ଆର.୦୫ଏ.ଏଲ୍.୭୪୯୩ ଯୋଗେ ସାଲେପୁର ସାପ୍ତାହିକ ହାଟକୁ ପରିବା କିଣିବାକୁ ଯାଇଥିବାବେଳେ ହାଟ ନିକଟରେ ମୋଟରସାଇକେଲ୍ ରଖି ହାଟମଧ୍ୟକୁ ଯାଇ ପରିବା କିଣି ଫେରି ଦେଖନ୍ତି ଯେ ମୋଟର ସାଇକେଲ୍ ରଖିଥିବା ସ୍ଥାନରେ ନାହିଁ । ସଂପୃକ୍ତ ବ୍ୟକ୍ତିଜଣକ ବହୁ ଖୋଜାଖୋଜି କଲାପରେ ମୋଟର ସାଇକେଲ୍ ନମିଳିବାରୁ ଶେଷରେ ବାଧ୍ୟ ହୋଇ ଗାଡ଼ି ଚୋରି ହୋଇଯାଇଥିବା ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟଯେ ସାଲେପୁର ସାପ୍ତାହିକ ହାଟରୁ ନିୟମିତ ମୋଟରସାଇକେଲ୍ ଚୋରି ହେଉଥିଲେ ମଧ୍ୟ ସାଲେପୁର ପୋଲିସ ଏ ଦିଗରେ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସାଲେପୁର ହାଟରେ ଏବେ ମୋଟର ସାଇକେଲ୍ ଚୋର ର‌୍ୟାକେଟ୍ ସକ୍ରିୟ ହୋଇପଡିଛନ୍ତି । ଫଳରେ ପରିବା କିଣିବାପାଇଁ ମୋଟରସାଇକେଲ୍ ନେଇ ଯିବାକୁ ଲୋକମାନେ ଭୟ କଲେଣି । ପୋଲିସ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଏହି ସାପ୍ତାହିକ ହାଟରେ ସକ୍ରିୟ ହୋଇ ଉଠିଥିବା ଚୋରଙ୍କୁ ଠାବ କରିବାପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *