ଗରଦପୁର, ୧୨/୦୮/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ଭଗବାନପୁର ପଂଚାୟତ ଜଇପୁର ଗ୍ରାମର ପଶ୍ଚିମେଶ୍ୱର ମହାଦେବ ମନ୍ଦିରରେ ଉଦ୍ଦେଶ୍ୟ ପ୍ରକାଶନ ଦ୍ୱାରା ପ୍ରକାଶିତ କବି ନରେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାରା ଲିଖିତ ଶିବାକାନ୍ତ ସୁଧାମୃତ କବିତା ପୁସ୍ତକର ଦେବାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାଦେବ ମନ୍ଦିରରେ ସଂକଳ୍ପ, ନୈବେଦ୍ୟ, ପୁସ୍ତକ ଅର୍ପଣ ପରେ ସାପ୍ତାହିକ ସମ୍ବାଦପତ୍ର ଉଦ୍ଦେଶ୍ୟ ଓ ସାଉଁଟାଫୁଲର ସମ୍ପାଦକ ପରିକ୍ଷିତ ଚନ୍ଦ୍ର ନାୟକ, କବି ନରେଶ ଚନ୍ଦ୍ର ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ମଦନ ମୋହନ ସାମଲ, ଇଂ. ବଂଶୀଧର ସାମଲ, ଅକ୍ଷୟ କୁମାର ନାୟକ, ଅଭୟ କୁମାର ନାୟକ, ଜଇପୁର ସଂକୀର୍ତନ ମଣ୍ଡଳୀର ମୁରଲିଧର ବରାଳ, ବିଷ୍ଣୁଚରଣ ସ୍ୱାଇଁ, ବସନ୍ତ ଦାସ, ଗଜେନ୍ଦ୍ର ନାୟକ, ମାନଗୋବିନ୍ଦ ନାୟକ, ଦୋଳଗୋବିନ୍ଦ ତ୍ରିପାଠୀ, ଅଲେଖ ଚନ୍ଦ୍ର ତ୍ରିପାଠୀ ପ୍ରମୁଖଙ୍କ ଉପସ୍ଥିତିରେ ପୁସ୍ତକ ଲୋକାର୍ପିତ ହୋଇଥିଲା । ପଣ୍ଡିତ ରମେଶ ଚନ୍ଦ୍ର ଦାସ କବିତା ପାଠ କରିଥିଲେ । ସେହିପରି ବାସୁଦେଇପୁର ଉତରେଶ୍ୱର ମନ୍ଦିରରେ ପଣ୍ଡିତ ଦେବଦାସ ଷଡଙ୍ଗୀ, ଜଳପୋକ ଜଟେଶ୍ୱର ମନ୍ଦିରରେ ପଣ୍ଡିତ ସନ୍ତୋଷ କୁମାର ମିଶ୍ର, ମାହାଳ ଆଖଣ୍ଡଳେଶ୍ୱର ମନ୍ଦିରରେ ଦେବବ୍ରତ ତ୍ରିପାଠୀ, ନଡ଼ିଆବରାଇ ଗୋଠେଶ୍ୱର ପୀଠରେ ପଣ୍ଡିତ ଗିରିଶ ଚନ୍ଦ୍ର ତ୍ରିପାଠୀ, ଗୋପେଇ ଆଖଣ୍ଡଳେଶ୍ୱର ମନ୍ଦିରରେ ପଣ୍ଡିତ ପ୍ରମୋଦ କୁମାର ଦାଶ, ଝାଡେଶ୍ୱର ମନ୍ଦିରରେ ପଣ୍ଡିତ କାଳନ୍ଦୀ ଚରଣ ତ୍ରିପାଠୀ ପ୍ରମୁଖଙ୍କ ଉପସ୍ଥିତିରେ ଉକ୍ତ ପୁସ୍ତକ ପାଠ କରାଯାଇଥିଲା । ଶରତ ଚନ୍ଦ୍ର ଜେନା, ଅଶ୍ୱିନୀ ପରିଜା, ବସନ୍ତ କୁମାର ନାୟକ, ଦିବାକର ସ୍ୱାଇଁ, ପ୍ରମୋଦ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର