Wednesday , October 27 2021
Breaking News
Home / ରାଜନୀତି / ଶିବରାଜଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁଃଖଦାୟକ : ଶଶିଭୂଷଣ

ଶିବରାଜଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁଃଖଦାୟକ : ଶଶିଭୂଷଣ

ଭୁବନେଶ୍ୱର ,୧୨/୦୮/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଶା ଗସ୍ତରେ ଥିବା ସଭ୍ୟ ସଂଗ୍ରହ ଅଭିଯାନର ରାଷ୍ଟ୍ରୀୟ ପ୍ରଭାରୀ ଶ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟସରକାରଙ୍କୁ ଟାର୍ଗେଟ୍ କରି ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ଏହା ଓଙ୍ଗ଼ିଶାର ମତଦାତାଙ୍କ ପାଇଁ ଏକ ଅପମାନ ସଦୃଶ । ବିଜେଡ଼ି ଦଳ ଏକ ଆଂଚଳିକ ଦଳ ହୋଇଥିଲେ ମଧ୍ୟ ଏହାର ଜାତୀୟ ଆଭିମୁଖ୍ୟ ରହିଛି । ଦେଶର ସ୍ୱାର୍ଥକୁ ବିଚାରକୁ ନେଇ ବିଜେଡ଼ି କେନ୍ଦ୍ରକୁ ସମର୍ଥନ ଦେଇଛି ବୋଲି ଏକ ପ୍ରଶ୍ନରଉତର ଦେଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ଶଶିଭୂଷଣ ବେହେରା କହିଛନ୍ତି । ମହାନଦୀରେ ଛତିଶଗଡ଼ ସରକାର ବ୍ୟାରେଜ୍ ନିର୍ମାଣ କରୁଛନ୍ତି,ତାହା ଉପରେ କୌଣସି ପ୍ରତିକ୍ରିୟା ସେ କାହିଁକି ରଖିଲେ ନାହିଁ ବୋଲି ଶ୍ରୀ ବେହେରା ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷରେ କାଳିଆ ଯୋଜନାରେ ମୁଣ୍ଡ ନପୁରାଇ ନିଜ ରାଜ୍ୟ ମଧ୍ୟପ୍ରଦେଶ କଥା ସେ ଚିନ୍ତା କରନ୍ତୁ ବୋଲି ଶ୍ରୀବେହେରା ପ୍ରକାଶ କରିଛନ୍ତି । ଶ୍ରୀ ଚୌହାନଙ୍କ ମନ୍ତବ୍ୟ ଉପରେ ନିଜର ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ,ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ପୁର୍ନବାର ସରକାର ଗଠନ କରିବା ପାଇଁ ସୁଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ ସେମାନଙ୍କର ଆସ୍ଥା ଓ ବିଶ୍ୱାସ ରହିଛି । ରାଜ୍ୟ ସରକାର କାଳିଆ ଯୋଜନାରେ ରହିଥିବା ତୃଟୀକୁ ସୁଧାରୁଛନ୍ତି । ଆଗାମୀ ଦିନରେ ବିଜେପି କିମ୍ବା ବିଜେଡ଼ି କ୍ଷମତାକୁ କିଏ ଆସିବ ସେତେବେଳେ ସମୟ କହିବ । ଚଳିତ ନିର୍ବାଚନରେ ୧୨୦ ଆସନ ବିଜେପି ଦଖଲ କରିବ ବୋଲି ଯେଉଁ ଦୃଢ଼ୋକ୍ତି ରଖିଥିଲେ,ତାହା ଫସର ଫାଟିଛି । ଓଡ଼ିଶା ସମାଚାର

About admin

Check Also

ସାଲେପୁର  କଂଗ୍ରେସଦଳ  ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ବହିଷ୍କାର ଦାବି ରେ ବିକ୍ଷୋଭ

 ସାଲେପୁର,୨୫/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ଦାବିରେ …

Leave a Reply

Your email address will not be published. Required fields are marked *