ଜଗତସିଂହପୁର,୧୨/୦୮/୨୦୧୯(ଓଡ଼ିଶା ସମାଚାର)- ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଯଁକୋଟି ପଂଚାୟତର ସରପଂଚ ମାନଓ ରଞ୍ଜନ ସେଠୀଙ୍କୁ ଶୁକ୍ରବାର ଦୁଇ ବାପପୁଅ ନିସ୍ତୁକମାଡ଼ ମାରିଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ସରପଂଚ ଶ୍ରୀ ସେଠୀ ଏକ ଢଳେଇ ରାସ୍ତାକାମ ଦେଖିବାକୁ ଯାଇଥିବା ବେଳେ ଲକ୍ଷ୍ମୀଧର ନାୟକ ଓ ତାଙ୍କ ପୁଅ ଗଙ୍ଗାଧର ବିଦ୍ୟୁତ ସଂଯୋଗ ପାଇଁ ହଇରାଣ କରୁଥିବା କହି ତାଙ୍କୁ ଜାତି ନାମ ଧରି ଗାଳିଗୁଲଜ କରିବା ସହ ନିସ୍ତୁକମାଡ଼ ମାରିଥିଲେ । ବାପପୁଅ ଇଟାରେ ତାଙ୍କ ମୁହଁକୁ ଛେଚି ଦେବା ସହ ମାରି ମୁହଁ ଫଟାଇ ଦେଇଥିବା ଶ୍ରୀ ସେଠୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁକରି ଲକ୍ଷ୍ମୀଧର ଓ ଗଙ୍ଗାଧରଙ୍କୁ ଗିରଫକରି କୋର୍ଟଚାଲାଣ କରିଛି । ଓଡ଼ିଶା ସମାଚାର