Friday , September 22 2023
Breaking News
Home / ବିଶେଷ / ମହାତ୍ମା ଗାନ୍ଧୀଙ୍କ୧୫୦ ତମ ଜୟନ୍ତୀ ପାଳନ

ମହାତ୍ମା ଗାନ୍ଧୀଙ୍କ୧୫୦ ତମ ଜୟନ୍ତୀ ପାଳନ

 ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ଅଗଷ୍ଟ ୧୫ରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ଗାନ୍ଧି ସ୍ମୃତି ପ୍ରଦର୍ଶନୀ ଓ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ
ଭୁବନେଶ୍ୱର,୧୨/୦୮/୨୦୧୯(ଓଡ଼ିଶା ସମାଚାର)- ଚଳିତ ବର୍ଷ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନର ବର୍ଷ । ଏହାକୁ ସମଗ୍ର ଦେଶ ମହାସମାରୋହରେ ପାଳନ କରୁଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସା ମାର୍ଗରେ ସଂଘଟିତ ସ୍ୱାଧୀନତା ସଂଗ୍ରାମ, ଭାରତବର୍ଷର ସ୍ୱାଧୀନତା ପ୍ରାପ୍ତିିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଓଡିଶା ରାଜ୍ୟ ସରକାର୨୦୧୮ ଅକ୍ଟୋବର୨ରୁ ବର୍ଷ ବ୍ୟାପୀ ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ପାଳନ କରୁଛନ୍ତି । ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧିଜୀ ବହୁବାର ଓଡିଶାକୁ ଆସି ଓଡିଶାବାସୀଙ୍କୁ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବାକୁ ଅନୁପ୍ରାଣୀତ କରିଥିଲେ । ଏହି ଜାତୀୟ ସଂଗ୍ରାମରେ ଓଙ୍ଗିଶାର ସଂଗ୍ରାମୀ ମାନଙ୍କର ଅବଦାନ ମଧ୍ୟ ଅନନ୍ୟ ଥିଲା । ଓଡିଶାରେ ଗାନ୍ଧିଜୀଙ୍କ ସ୍ମୃତି ବହୁ ସ୍ଥାନରେ ରହିଛି । ଭାରତର ସ୍ୱାଧୀନତା ପ୍ରାପ୍ତିରେ ଗାନ୍ଧିଜୀଙ୍କ ଅତୁଳନୀୟ ଅବଦାନ ଏବଂ ଓଙ୍ଗିଶାରେ ଗାନ୍ଧିଜୀଙ୍କ ସ୍ମୃତିକୁ ଉଜ୍ଜୀବିତ ଏବଂ ଅବିସ୍ମରଣୀୟ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବୃହତ୍ ଗାନ୍ଧିସ୍ମୃତି ପ୍ରଦର୍ଶନୀ ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ଆୟୋଜନ କରାଯିବା ସହିତ ଚଳିତ ବର୍ଷ ୭୩ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସକୁ ମଧ୍ୟ ଏହିଠାରେ ପାଳନ କରିବାକୁ ନିଷ୍ପତି ନେଇଛନ୍ତି । ଏହିଦିନ ପୂର୍ବାହ୍ନରେ ପ୍ରଦର୍ଶନୀ ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟପତାକା ଉତୋଳନ କରିବା ସଙ୍ଗେସଙ୍ଗେ ରାଜ୍ୟବାସୀଙ୍କୁ ଉଦବୋଧନଦେବେ । ଏହି ବୃହତ ପ୍ରଦର୍ଶନୀରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ , ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ମଧ୍ୟ ଅଂଶଗ୍ରହଣ କରିବେ । ପ୍ରଦର୍ଶନୀରେ ଗାନ୍ଧିଜୀଙ୍କ ଫଟୋଚିତ୍ର ସହ ତାଙ୍କ ଦ୍ୱାରା ବ୍ୟବହୃତ ବିଭିନ୍ନ ସାମଗ୍ରୀ ଓ ତାଙ୍କର କର୍ମକୃତିର ନମୂନା ମଧ୍ୟ ସ୍ଥାନିତ ହେବା ଏଥି ସହିତ ସ୍ୱାଧୀନତା ସଂଗ୍ରାମରେ ଓଡିଶାର ସଂଗ୍ରାମୀ ଓ ବରପୁତ୍ର ମାନଙ୍କର ଅବଦାନ ସଂପର୍କିତ ପୁସ୍ତକ, କ୍ୟାସେଟ ଇତ୍ୟାଦି ପ୍ରଦର୍ଶନ କରାଯିବ । ତତସହିତ ଏଲ.ଇ.ଡି. ଭିଡିଓ ୱାଲ ଜରିଆରେ ଗାନ୍ଧିଜୀଙ୍କ ସ୍ମୃତି ଏବଂ”ଗାନ୍ଧିଜୀ ଓ ଓଡିଶା’ ସମ୍ପର୍କିତ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହେବ । ଏହି ପ୍ରଦର୍ଶନୀ ଦିନ ସାରା ଜନସାଧାରଣଙ୍କ ନିମନ୍ତେ ଖୋଲାରହିବ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଏବଂ ଆୟୋଜିତ ପ୍ରଦର୍ଶନୀରେ ବହୁସଂଖ୍ୟାରେ ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *