କପିଲାଭଟା, ୧୨/୦୮/୨୦୧୯(ଓଡ଼ିଶା ସମାଚାର)-ସ୍ୱଚ୍ଛତା କୁ ଗୁରୁତ୍ୱ ଦେଇ ଗାଁ ଠାରୁ ସହର ସଫା ସୁତୁରା ପ୍ରତି ବିଶେଷ ଧ୍ୟାନ ଦିଆଯାଉଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୂଖରେ ସଫା ସୁତୁରା ପ୍ରତି ଧ୍ୟାନ ଦିଆଯାଉନଥିବାରୁ ବ୍ଲକ ପାଚେରୀ କୁ ସୌନ୍ଦର୍ଯ୍ୟ ତଥା ଆକର୍ଷଣୀୟ କରିବା ପାଇଁ ଅଙ୍କାଯାଇଥିବା ବିଭିନ୍ନ କଳାକୃତି ଚିତ୍ର କୁ ଲଟାଗଦା,ଘାସବୁଦା ଢାଙ୍କିଦେଇଥିଲେ ମଧ୍ୟ ପ୍ରଶାସନର ନଜରରେ ପଡୁନାହିଁ ।ଗତ ବର୍ଷ ବ୍ଲକର ପୁରୁଣା ପାଚେରୀ କୁ ଭାଙ୍ଗି ନୂତନ ପାଚେରୀ ନିର୍ମାଣ କରାଯାଇଥିଲା । ପାଚେରୀ ନିର୍ମାଣ ପରେ ପାଚେରୀ କୁ ସୁନ୍ଦର ତଥା ଆକର୍ଷଣୀୟ କରିବା ପାଇଁ ଅଂଚଳର ଐତିହ୍ୟ, କଳା, ସଂସ୍କୃତି, ଲୋକ ସଂଗୀତ, ଆଦିବାସୀ ଜୀବନ ଜୀବିକା ,ଆଦିବାସୀ ସଂସ୍କୃତି ଆଦି ର ଚିତ୍ର କାନ୍ଥରେ ଅଙ୍କା ଯାଇଥିଲା । ସ୍ଥାନୀୟ ଜଣେ ବିଶିଷ୍ଟ ଚିତ୍ର ଶିଲ୍ପୀ ନିଜ ରଙ୍ଗ ତୂଳୀରେ କାନ୍ଥରେ ଜୀବନ୍ତ ଓ ଆକର୍ଷଣୀୟ ଚିତ୍ର ଅଙ୍କନ କରିଥିଲେ । ଏହି ଚିତ୍ର ରୁ ଜୀବନ ଜୀବିକା, ଚାଳି,ଚଳଣି,ସଂସ୍କୃତି,ଐତିହ୍ୟ ର ଚିତ୍ର ନିଖୁଣ ଭାବେ ବାରି ହୋଇ ପଡୁଥିବା ବେଳେ ଏହି ଚିତ୍ର ମାଧ୍ୟମରେ ଅନେକ ଶିକ୍ଷଣୀୟ ବିଷୟ ଜାଣି ହେବ । ଏହି ରାସ୍ତାରେ ଯାତାୟତ କରୁଥିବା ଲୋକ ମଧ୍ୟ ଏ ଅଂଚଳର ଐତିହ୍ୟ ଚିତ୍ର ଦେଖି ଜାଣିପାରିବ । ପାଚେରୀ କୁ ସୌନ୍ଦର୍ଯ୍ୟ ଏବଂ ଆକର୍ଷଣୀୟ ଉଦେଶ୍ୟ ରେ ଚିତ୍ର ଅଙ୍କା ଯାଇଥିଲେ ମଧ୍ୟ ଏହି ଜୀବନ୍ତ ଚିତ୍ର ମାଧ୍ୟମରେ ଲୋକେ ଏ ଅଂଚଳର ଐତିହ୍ୟ,ସଂସ୍କୃତି ସଂପର୍କରେ ଅବଗତ ହୋଇପାରିବେ । ସରକାରୀ ଅର୍ଥ ଖର୍ଚ୍ଚ କରି ପାଚେରୀ କୁ ଆକର୍ଷଣୀୟ କରିବା ପାଇଁ ରଙ୍ଗିନ ଚିତ୍ର ଅଙ୍କନ କରାଯାଇଥିଲେ ମଧ୍ୟ ଏହାର ରକ୍ଷଣା ବେକ୍ଷଣା ଦିଗରେ ବ୍ଲକ ପ୍ରଶାସନ ଧ୍ୟାନ ଦେଉନଥିବାରୁ ଜଣେ ଚିତ୍ର ଶିଲ୍ପୀ ଙ୍କ କଳା କୃତି ଲୋକ ଙ୍କ ପାଖରେ ପହଂଚିି ପାରୁନାହିଁ । ଏପରିକି ସରକାରୀ ଟଙ୍କାର ଅପବ୍ୟୟ ପ୍ରତି ମଧ୍ୟ ପ୍ରଶାସନ ଧ୍ୟାନ ଦେଉନଥିବା ଏଥିରୁ ସ୍ପଷ୍ଟ ଜଣାପଡୁଛି । ଏହି ସବୁ କଳା କୃତି କୁ ଲଟାଗଦା ,ଘାସ ବୁଦା ଢାଙ୍କି ଦେଇଥିବାରୁ ତାହା ଜଣାପଡୁନଥିବା ବେଳେ ପାଚେରୀ ର ରାସ୍ତା ପାଶ୍ୱର୍ ଅଳିଆ ଗଦା ରେ ଅପରିଷ୍କୃତ ହୋଇପଡିଛି । ପ୍ରଶାସନ ର ନାକତଳେ ଏଭଲି ଅପରିଷ୍କାର ହୋଇପଡିଥିବା ବେଳେ ଏଥିପ୍ରତି ଧ୍ୟାନ ନ ଦେବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ବ୍ଲକ ପାଚେରୀ ର ରାସ୍ତା ପାଶ୍ୱର୍ ରେ ରହିଥିବା ଘାସ ବୁଦା କୁ ତୁରନ୍ତ ସଫା କରିବା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି । ଓଡ଼ିଶା ସମାଚାର
