Wednesday , June 29 2022
Breaking News
Home / ରାଜନୀତି / ବିଜେପି ନେମାଳ ମଣ୍ଡଳର ସ୍ମୃତିଚାରଣ ସଭା

ବିଜେପି ନେମାଳ ମଣ୍ଡଳର ସ୍ମୃତିଚାରଣ ସଭା

 

ନିଶ୍ଚିନ୍ତକୋଇଲି / ସାଲେପୁର, ୧୨/୦୮/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା )- ନେମାଳ ମହିମାଗାଦି ପ୍ରାଙ୍ଗଣରେ ଦିବଂଗତ ନେତ୍ରୀ, ପୂର୍ବତନ ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ରାଜଙ୍କ ପାଇଁ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଉପସ୍ଥିତ ବିଜେପି ସଦସ୍ୟ ତଥା କର୍ମକର୍ତାମାନେ ସ୍ର୍ଗତ ସୁଷମାଙ୍କର ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ନୂତନ ସଦସ୍ୟତା ଅଭିଯାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ନେମାଳ ମଣ୍ଡଳ ସଭାପତି ରଞ୍ଜନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନେମାଳ ସରପଂଚ ମୁକ୍ତାର ଅଲ୍ଲୀ , ସୁବାସ ଦାସ , ଅନିନ୍ଦୁ ପରିଡ଼ା, ଯୁବମୋର୍ଚ୍ଚା ସଭାପତି ଜାନକୀ ମହାନ୍ତି, ଅକ୍ଷୟ ମହାନ୍ତି, ପ୍ରିୟରଂଜନ ଖୁଂଟିଆ, ବିଭୂ ବୋଷ, ପ୍ରକାଶ ଦିକ୍ଷୀତଙ୍କ ସମେତ ବହୁ କର୍ମକର୍ତା ସଦସ୍ୟ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ ଜିଲ୍ଲା ବିଜେପି ତରଫରୁ କଳା ଦିବସ ପାଳନ

କନ୍ଧମାଳ,୨୫/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଠାକୁରାଣୀ ଯାତ୍ରା କାର୍ଯ୍ୟଳୟ ଠାରେ ଜିଲ୍ଲା ବିଜେପି ଦଳ …

Leave a Reply

Your email address will not be published. Required fields are marked *