ମାର୍ଶାଘାଇ,୧୨/୦୮/୨୦୧୯(ଓଡ଼ିଶା ସମାଚାର)- ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଅନ୍ତେଇ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରେ ୨୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସେମିନାର ଭବନ ଉଦଘାଟିତ ହୋଇଯାଇଛି । ଏହାକୁ ମୁଖ୍ୟଅତିଥି ସାଂସଦ ଅନୁଭବ ମହାନ୍ତି ଏବଂ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଉଦଘାଟନ କରିଥିଲେ । ଯୁକ୍ତତିନି ସମ୍ମାନଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ଉକ୍ତ ଭବନ ଅଧ୍ୟୟନରେ ବିଶେଷ ସହାୟକ ହେବ ବୋଲି ବିଧାୟକ ଶ୍ରୀ ନାୟକ କହିଥିଲେ । କଲେଜ ଅଧ୍ୟକ୍ଷ ଜଗନମୋହନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପରିଚାଳନା ବୋର୍ଡ଼ ସଦସ୍ୟ ଗଙ୍ଗାଧର ପରିଡ଼ା, ପ୍ରଫୁଲ୍ଲ ଚନ୍ଦ୍ରଦାସ, ଅଧ୍ୟାପକ ଡ଼ଃ ଅଭୟ କୁମାର ରଥ, ଧୀରେନ୍ଦ୍ର କୁମାର ମିଶ୍ର, ଧ୍ରୁବଚରଣ ବେହେରା, ପ୍ରସନ୍ନ ପଣ୍ଡା, ସରପଂଚ ଉଷାରାଣୀ ଦାସ, ସ୍ନେହଲତା ମହାପାତ୍ର ପ୍ରମୁଖ ଯୋଗଦେଇ କଲେଜର ଉନ୍ନତି ପାଇଁ ଉଭୟ ସାଂସଦ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ପରିଚାଳନା କମିଟି ସଭାପତି ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚୁକ୍ତିଭିତିକ ଅଧ୍ୟାପକ ନିଯୁକ୍ତି, ସାଇନ୍ସବ୍ଲକର ଉନ୍ନତିକରଣ, ଇଷ୍ଟିବ୍ଲକର ଉପରମହଲା ନିର୍ମାଣ, ଅନ୍ତେଇ-ପାଇଲୋ ମୁଖ୍ୟରାସ୍ତା ନିକଟରେ ମୁଖ୍ୟଫାଟକ ଓ ପାଚେରି ନିର୍ମାଣ ଏବଂ ସାଇକଲ୍ ଷ୍ଟାଣ୍ଡ ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହିସବୁ ଉନ୍ନତିକରଣ କାର୍ଯ୍ୟ ପାଇଁ ଉପସ୍ଥିତ ସାଂସଦ ଶ୍ରୀ ମହାନ୍ତିଙ୍କୁ ପାଣ୍ଠି ଯୋଗାଇଦେବାକୁ ଗଙ୍ଗାଧର ପରିଡ଼ା ଅନୁରୋଧ କରିଥିଲେ । ଓଡ଼ିଶା ସମାଚାର