କେନ୍ଦୁଝର, ୧୨/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲାରେ ପୁଣି ବନ୍ଧୁକ ଓଭୁଜାଲି ମୁନରେ ଚାରିଜଣ ଶିକ୍ଷକଙ୍କଠାରୁ ମଟରସାଇକେଲ,ମୋବାଇଲ ଓ ଟଙ୍କା ଲୁଟି ନେଇଛନ୍ତି ୬ଜଣ ଦୁର୍ବୁତ । ଜିଲ୍ଲାର ଘଟଗାଁ ଥାନା ଅନ୍ତର୍ଗତ ଛୋଟରାୟପୁର-ବାଲିପୋଖରୀ ରାସ୍ତାମଧ୍ୟରେ ଲୁଟର ଶୀକାର ହୋଇଛନ୍ତି ଏହି ଚାରିଜଣ ଶିକ୍ଷକ । ବିଳବମ୍ବରେ ପ୍ରାପ୍ତ ଏକ ଖବର ଅନୁସାରେ ହରିଚନ୍ଦନପୁର ବ୍ଲକର ବିଭିନ୍ନ ସ୍କୁଲରେ ଶିକ୍ଷା ସହାୟକଥିବା ଚାରିଜଣ ଶିକ୍ଷକ ଶନିବାର ଦିନ ସ୍କୁଲ ଛୁଟି ପରେ ମୟୁରଭଂଜ ଜିଲ୍ଲା ନିଜ ନିଜ ଗ୍ରାମକୁ ଏକ ସାଙ୍ଗରେ ଯାଉଥିବା ସମୟରେ ସେମାନଙ୍କୁ ପ୍ରଥମେ ୩ଜଣ ଦୁର୍ବୃତ ବନ୍ଧୁକ ମୁନରେ ରାସ୍ତାରେ ଅଟକାଇ ଥିଲେ । ପରେ ଦୁର୍ବୃତମାନଙ୍କର ଅନ୍ୟ ୩ଜଣ ସହଯୋଗୀ ସେଠାରେ ପହଂଚିଥିଲେ । ଏବଂ ବନ୍ଧୁକ ଓ ଭୁଜାଲୀ ଦେଖାଇ ଶିକ୍ଷକ ମାନଙ୍କୁ ଭୟଭିତ କରାଇବା ସହ ଆକ୍ରମଣ କରିଥିଲେ । ଲୁଟେରା ମାନେ ଶିକ୍ଷକମାନଙ୍କ ଠାରୁ ଗୋଟିଏ ମଟରସାଇକେଲ ଦୁଇଟି ମୋବାଇଲ ,ତିନୋଟି ବ୍ୟାଗ ସହ ୫ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ଲୁଟେରାମାନଙ୍କ ଆକ୍ରମଣରେ ଜଣେ ଶିକ୍ଷକ ଆହତ ହୋଇଥିଲେ । ତେବେ ଏହି ଘଟଣା ସମ୍ପର୍କରେ ଘଟଗାଁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଘଟଗାଁ ଥାନା ଅଧିକାରୀ ବନ୍ଦନା ପାତ୍ର ଓ ଅନ୍ୟ କର୍ମଚାରୀ ମାନେ ଲୁଟେରା ମାନଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରକାଶ ଥାଉକି ଯେ ଘଟଗାଁ ,ହରିଚନ୍ଦନପୁର , ଢେଙ୍କିକୋଟ ଆଦି ଅଂଚଳରେ ଗତ କିଛିମାସ ହେବ ଲୁଟେରାଙ୍କ ପାଦୁର୍ଭାବ ବଢିବଢି ଚାଲିଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାରେ ପୋଲିସ ଏକ ପ୍ରକାର ବିଫଳ ହୋଇଛି । ଓଡ଼ିଶା ସମାଚାର