ଭୁବନେଶ୍ୱର , ୧୨/୦୮/୨୦୧୯(ଓଡ଼ିଶା ସମାଚାର)-ରୋଟାରି କ୍ଲବ ଭୁବନେଶ୍ୱର(ଆରସିବି) କ୍ୟାପିଟାଲ ପେସ୍ ଫାଉଣ୍ଡେସନ୍ ଇଂଟ୍ରାକ୍ଟର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଇଂଟ୍ରାକ୍ଟର ଉପଦେଷ୍ଠା ତଥା ପେସ୍ ଫାଉଣ୍ଡେସନ ର ଅଧ୍ୟକ୍ଷ ପ୍ରସନ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇଂଟ୍ରାକ୍ଟର ସଭ୍ୟମାନେ ବିଭିନ୍ନ ବିଭିନ୍ନ ସେବା ମୂଳକ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରୋଟାରି କ୍ଲବର ଆଗାମୀ ବର୍ଷ ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି, ସମ୍ମାନୀତ ଅତିଥି ଜିଲ୍ଲା ଇଂଟ୍ରାକ୍ଟର ଅଧ୍ୟକ୍ଷ ଧିରେନ୍ଦ୍ର କୁମାର ବେହେରା, ଆରସିବି ସଭାପତି ନିଖିଳେଶ୍ୱର ସାହୁ, ପୂର୍ବତନ ସଭାପତି ପ୍ରଣୟ କୁମାର ଜେନା, ସମ୍ପାଦକ ବିମ୍ବାଧର ବେହେରା ଓ ବହୁରୋଟିରିଆନ୍ ଯୋଗ ଦେଇଥିଲେ । ଏହି ଅବସରରେ ଜାତୀୟସ୍ତରୀୟ ପୁରଷ୍କାରପ୍ରାପ୍ତ ଶିକ୍ଷକ ମ୍ୟାଥ୍ ୱାଲର୍ଡର ମୁଖ୍ୟ ଶ୍ରୀ ଚୌଧୁରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ଇନ୍ଟ୍ରେକ୍ଟର ସଭାପତି ଭାବେ ବର୍ଷା ପ୍ରୀୟଦର୍ଶନୀ ନାଥ ସଭାପତି ଭାବେ ଗଣେଶ କୁମାର ଦାଶ ସମ୍ପାଦକ ଦାୟିତ୍ୱ ନେବା ସହ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଓଡ଼ିଶା ସମାଚାର