ପାରାଦ୍ୱୀପ ୧୨/୦୮/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ କଲେଜର ୪୫ତମ ପ୍ରତିଷ୍ଠା ଦିବସ ସୋମବାର ଦିନ କଲେଜ ପରିସରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ପାରାଦ୍ୱୀପ କଲେଜ ପରିଚାଳନା ସମିତିର ସଭାପତି ଡ.ଦାମୋଦର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବରିଷ୍ଠ ସାମ୍ବାଦିକ ରବି ଦାସ ମୁଖ୍ୟ ବକ୍ତାଭାବେ ଯୋଗଦେଇ କଲେଜ ଓ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତି ଓ ଭବିଷ୍ୟତ ବିଷୟରେ ବକ୍ତବ୍ୟ ରଖିôଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିିଥି ମାନେ ସମ୍ମାନିତ ଓ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷା ଡ. ସୁପ୍ରେମା କାନୁନଗୋ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଅଧ୍ୟାପକ ଗଣେଶ୍ୱର ପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସର୍ବଶେଷରେ ଅଧ୍ୟାପକ ଡ.ବିଭୂତି ରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ବିଦ୍ୟାଳୟର ବିଲଡ଼ିଙ୍ଗ୍ ଭାଙ୍ଗି ରୁଜି ଯାଇଥିବା ଦେଖି ମୁଖ୍ୟ ଅତିଥି ଡା.ରାଉତ କ୍ଷୋଭ ପ୍ରକାଶ କରିଥିଲେ । ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ନିବେଦନ କରିଥିଲେ । ଓଡ଼ିଶା ସମାଚାର