Thursday , September 28 2023
Home / ତାଜା ଖବର / ପାରାଦ୍ୱୀପରେ ବ୍ୟାପିଲାଣି ଧଳା ଜହର – ଉଦୟବଟରୁ ଦୁଇ ବ୍ରାଉନସୁଗାର ବେପାରୀ ଗିରଫ

ପାରାଦ୍ୱୀପରେ ବ୍ୟାପିଲାଣି ଧଳା ଜହର – ଉଦୟବଟରୁ ଦୁଇ ବ୍ରାଉନସୁଗାର ବେପାରୀ ଗିରଫ

ପାରାଦ୍ୱୀପ ୧୨/୦୮/୨୦୧୯(ଓଡ଼ିଶା ସମାଚାର)- ଶିଳ୍ପନଗରୀ ପାରାଦ୍ୱୀପରେ ବେକାରୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏବେ ଯୁବକ ମାନଙ୍କୁ ଗ୍ରାସୀଲାଣି ଧଳା ଜହର ବା ବ୍ରାଉନସୁଗାର । ସହରର ବିଭିନ୍ନ ବସ୍ତିରେ ଏସବୁ ନିଶା ଦ୍ରବ୍ୟର କାରବାର ବେ ଧଡକ ଭାବେ ଚାଲିଥିବାର  ଶୁଣିବାକୁ ମିଳେ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପାରାଦ୍ୱୀପ ନିକଟସ୍ଥ ଭିତରଗଡ ବସ୍ତିରେ । ଏହି ଘଟଣାକୁ ନେଇ ରବିବାର ଠାରୁ ଏହି ବସ୍ତିରେ ଉତେଜନା ଲାଗିରହିଥିବା ବେଳେ ସୋମବାର ଦିନ ମହିଳାମାନେ ଏକାଠି ହୋଇ ବସ୍ତି ପାଖରେ ଥିବା ଏହି ନିଶା ଟୁଙ୍ଗିକୁ ଭାଙ୍ଗି ମାଟିରେ ମିଶାଇଦେବା ସହ ଖସି ପଳାଇଥିବା ଦୁଇ ବେପାରୀ ଅମ୍ବିଳ ସ୍ୱାଇଁ ଓ ମନୋଜ ରଥକୁ ଗୋଡାଇ ଗୋଡାଇ ଧରିବା ସହ  ତା ନିକଟରୁ ୨୨ଟି ନିଶା ପାଉଡର ପୁଡିଆ (୪.୨) ଗ୍ରାମ ଜବତ କରି ପୋଲିସ ଜିମା ଦେଇଛନ୍ତି । ସୂଚନା ଅନୁଯାୟୀ ଦିର୍ଘ ଦୁଇବର୍ଷ ହେବ ପାରାଦ୍ୱୀପ ଗଡ ନିମିଢିହ ଗ୍ରାମର ଅମ୍ବିଳ ସ୍ୱାଇଁ  ଓ ଉଦୟ ବଟ (ଭିତରଗଡ)ର ମନୋଜ ରଥ ଦୋଛକି, ଉଦୟବଟ, ପାରାଦ୍ୱୀପ ଗଡ, ଗଡବଜାର ଓ ଅନ୍ୟାନ୍ୟ ଅଂଚଳରେ ବ୍ରାଉନସୁଗାର ବ୍ୟବସାୟ ଅତି ସନ୍ତର୍ପଣ ଭାବେ ଚଳାଇ ଆସୁଥିଲେ । ସ୍ଥାନୀୟ ଯୁବକ ମାନେ  ଏହି ଧଳା ଜହର ପ୍ରଭାବରେ ଆସି ନିଜ ପରିବାର ଓ ଘରେ ଗଣ୍ଡଗୋଳ, ବିଶୃଙ୍ଖଳା ଘଟାଇବା ଆଦି ବଢିଚାଲିଥିଲା । କେବଳ ଏହି ଦୁଇଜଣ ନୁହଁନ୍ତି ଆହୁରି ଅନେକ ଏହି ବ୍ୟବସାୟରେ ଲିପ୍ତ ଥିବାର ସ୍ଥାନୀୟ ମହିଳାମାନେ ଅଭିଯୋଗ କରିଛନ୍ତି । ତେବେ ଶାନ୍ତଥିବା ପାରାଦ୍ୱୀପରେ ଏହି ଧଳାଜହର ଦେଶ କି ଦେଶ ବାହାରୁ ଆସୁଛି, ତାହା ଏଠାରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ବ୍ୟବସାୟ ପଛରେ କେଉଁ ପ୍ରଭାବଶାଳୀ ବ୍ୟବକ୍ତିମାନେ ଅଛନ୍ତି ତାହା ତଦନ୍ତ ସାପେକ୍ଷ । ଏ ସମ୍ପର୍କରେ ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ବିଷ୍ଣୁଚରଣ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଏହି ବ୍ୟବସାୟ ପଛରେ ବ୍ୟକ୍ତି ମାନଙ୍କୁ ଖୁବ୍ ଶିଘ୍ର ଗିରଫ କରାଯିବ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *