Sunday , October 24 2021
Breaking News
Home / ବିଶେଷ / ପଂଚାୟତ ବିକାଶ ଯୋଜନା ସଂକ୍ରାନ୍ତ ପ୍ରଶିକ୍ଷଣ

ପଂଚାୟତ ବିକାଶ ଯୋଜନା ସଂକ୍ରାନ୍ତ ପ୍ରଶିକ୍ଷଣ

ବାଙ୍କୀ,୧୨/୦୮/୨୦୧୯(ଓଡ଼ିଶା ସମାଚାର)- ବାଙ୍କୀ ଆଂଚଳିକ ଆଦିବାସୀ ହରିଜନ କଲ୍ୟାଣ ପରିଷଦ ଆୟୋଜନରେ ବାଙ୍କୀ ଏନଏସି ବାତ୍ୟା ଆଶ୍ରୟସ୍ଥଳଠାରେ ପ୍ରାରମ୍ଭିକ ତଥା ପଂଚାୟତିରାଜ ପ୍ରତିନିଧିଙ୍କୁ ବିକାଶ ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଓଡିଶା ସରକାରଙ୍କ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ପ୍ରତିଷ୍ଠାନ ଓ ପାନୀୟ ଜଳବିଭାଗ ପ୍ରଯୋଜନାରେ ଆୟୋଜିତ ତ୍ରିଦିବସୀୟ ଶିବିରରେ ହରିରାଜପୁର, ରଗଡି, ଦୁର୍ଗାପୁର ଓ ପାଥପୁର ପଂଚାୟତର ୩୯ଜଣ ୱାର୍ଡ ସଭ୍ୟ ଉପସ୍ଥିତ ରହି ପଂଚାୟତିରାଜ ତ୍ରିସ୍ତରୀୟ ବ୍ୟବସ୍ଥାରେ ନିଜର ଭୂମିକା, ଦାୟିତ୍ୱ ଓ କର୍ତବ୍ୟ ସମ୍ପର୍କିତ ଶିକ୍ଷା ଗ୍ରହଣ କରିଥିଲେ । ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ଏନଏସି ନିର୍ବାହୀ ଅଧିକାରୀ ବିନୟରଞ୍ଜନ ମହାପାତ୍ର ଯୋଗଦେଇ ବର୍ତମାନ ପଂଚାୟତ ବ୍ୟବସ୍ଥାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ କାର୍ଯ୍ୟକ୍ରମକୁ ସଫଳ ଭାବେ କାର୍ଯ୍ୟକାରୀ କରିବାକୁ ୱାର୍ଡ ସଦସ୍ୟମାନଙ୍କର ସହଯୋଗ ଓ ସହଭାଗିତା ପାଇଁ ଜ୍ଞାନକୌଶଳର ଆବଶ୍ୟକତା ପରିପ୍ରେକ୍ଷୀରେ ଏହି ପ୍ରଶିକ୍ଷଣ ନିଶ୍ଚିତ ଫଳପ୍ରଦ ହେବ ବୋଲି ଆଶା ରଖି ଶିବିରାର୍ଥିଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ପ୍ରଶିକ୍ଷକ ଦେବଦତ ମଳୟକୁମାର ବରାଳ, ଅରକ୍ଷିତ ସାହୁ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କଟକ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଂଚାଳିତ ହୋଇଥିଲା । ପରିଷଦର ସମ୍ପାଦକ କେଶବଚନ୍ଦ୍ର ବେହେରାଙ୍କ ସଂଚାଳନରେ ସଂଚାଳିତ ଶିବିରରେ ଶଖିଚାନ୍ଦ ମହାପାତ୍ର, ଆଲୋକ ବେହେରା, ବୟଜନ୍ତୀ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *