Sunday , October 24 2021
Breaking News
Home / ତାଜା ଖବର / ନାଗସାପ କାମୁଡ଼ାରେ  ବୃଦ୍ଧାଙ୍କ ମୃତ୍ୟୁ

ନାଗସାପ କାମୁଡ଼ାରେ  ବୃଦ୍ଧାଙ୍କ ମୃତ୍ୟୁ

ସାଲେପୁର, ୧୨/୦୮/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା )- ଆଜି ଓଡ଼ାସିଂହ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ସକାଳେ ଜଣେ ବୃଦ୍ଧା ନିଜ ଘରେ କାମ କରୁଥିବାବେଳେ ଏକ ନାଗସାପ ଦଂଶନରେ ସେ ମୃତ୍ୟୁବରଣ କରିବା ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇଦେଇଛି । ଖବରରୁ ପ୍ରକାଶ ଯେ ଆଜି ସକାଳ ପ୍ରାୟ ୬ଟା ସମୟରେ ଓଡ଼ାସିଂହ ଗ୍ରାମର କମଳା ଭଦ୍ର(୬୨) ନିଜ ଘର କାମ କରୁଥିବାବେଳେ ପୂର୍ବରୁ ଘରେ ଥିବା ଏକ ନାଗସାପ ତାଙ୍କୁ ଦଂଶନ କରିଥିଲା । ସାପ କାମୁଡ଼ିବାର କିଛି ସମୟ ପରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା । ଘର ଲୋକେ ଘର ମଧ୍ୟରେ ନାଗସାପ ଥିବାର ଦେଖି ସ୍ନେକ୍ ହେଲପଲାଇନ କୁ ଖବର ଦେବାରୁ ସ୍ନେକ୍ ହେଲପଲାଇନ ର ସଦସ୍ୟମାନେ ପହଂଚି ସାପଟିକୁ ଉଦ୍ଧାର କରିଥିଲେ । ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇକ୍ତି । ଓଡ଼ିଶା ସମାଚାର

About admin

Check Also

ଦାଦାବଟିକୁନେଇ ମହିଳା ଙ୍କୁ ଗୁଳି ମାଡ଼

ପୁରୀ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- ଦାଦାବଟିକୁନେଇ ଗତକାଲି ବିଳମ୍ବିତ ରାତିରେ ପୁରୀରେ ଜଣେ ମହିଳାଙ୍କୁ ଗୁଳି ମାଡ଼ ହୋଇଛି । ଗୁଳିମାଡରେ …

Leave a Reply

Your email address will not be published. Required fields are marked *