Monday , February 6 2023
Breaking News
Home / ତାଜା ଖବର / ଜାଗିରିପଡିଆ ରେ ଘରପୋଡ଼ି 

ଜାଗିରିପଡିଆ ରେ ଘରପୋଡ଼ି 

ରଘୁନାଥପୁର, ୧୨/୦୮/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ତହସିଲ ଅନ୍ତର୍ଗତ ଜଗନ୍ନାଥପୁର ପଂଚାୟତ ଜାଗିରିପଡିଆ ଗ୍ରାମର ଭାଗବତ ସାହୁଙ୍କ ଝିଅ ବେଙ୍ଗଲତାଙ୍କ ଘରେ   ରୋଷେଇ ଚୁଲିରୁ ଅଗ୍ନିକାଣ୍ଡ ଘଟି ୨ବଖରା ଘର ଜଳିଯାଇଛି । ଘରେ ଥିବା ସମସ୍ତ ଆସବାବପତ୍ର ପାଉଁଶ ହୋଇଯାଇଥିଲା । ରଘୁନାଥପୁର ଅଗ୍ନିଶମ ଦଳ ବହୁ ବିଳମ୍ବରେ ପହଂଚିବା ପରେ ନିଆଁକୁ ଲିଭାଇଥିଲେ । ଜଗନ୍ନାଥପୁର ସମିତିସଭ୍ୟ ମହେମୁଦ ବେଗ ପହଂଚି ଏନେଇ ଜଗତସିଂହପୁର ଜିଲାପାଳଙ୍କୁ ଅବଗତ କରାଇଥିଲେ । ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ତୁରନ୍ତ ବିପନ୍ନଙ୍କୁ ସହାୟତା ଦେବାକୁ ରଘୁନାଥପୁର ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.