Monday , September 25 2023
Breaking News
Home / ବିଶେଷ / କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

ସାଲେପୁର, ୧୨/୦୮/୨୦୧୯( ଓଡ଼ିଶା ସମାଚାର / ଅଭୟ ଜେନା )- ଅଖିଳ ଭାରତ ଛାତ୍ରସଂଘ କଟକ ଜିଲ୍ଲା କମିଟି ପକ୍ଷରୁ କୃତି ଛାତ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାଲେପୁର ବ୍ଲକ୍ ଅଧିନ ପଦ୍ମପୁରସ୍ଥିତ ସେଂଟ ଜାଭିୟର୍ସ ସ୍କୁଲ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ସାମ୍ବାଦିକ କୈଳାସ ଚନ୍ଦ୍ର ଜେନା, ମୁଖ୍ୟବକ୍ତା ଭାବେ ଅଖିଳ ଭାରତ ଛାତ୍ର ସଂଘର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା, ସମ୍ମାନିତ ଅତିଥି ଭାବେ ସି.ପି.ଆଇ. ନେତା ତଥା ମୁତାରିଫା ପଂଚାୟତ ସମିତିସଭ୍ୟ ଉଦୟ କେଶରୀ ବର୍ମା, ଶିକ୍ଷାବିତ୍ ବିଜୟ ଚକ୍ରବର୍ତୀ, ଆଦିତ୍ୟ ଶଙ୍କର ଦାଶ, ମହେନ୍ଦ୍ର ସାହୁ, ରବିନ୍ଦ୍ର ଖଟୁଆ, ପୂର୍ବତନ ରାଜ୍ୟ ସଭାପତି ଅମରେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ୫ଟି ବିଦ୍ୟାଳୟର ୧୫ଜଣ କୃତି ଛାତ୍ରଛାତ୍ରୀଙ୍କୁ ବୈରାଗୀ ଚରଣ ସିଂହ ସ୍ମୃତିସମ୍ମାନରେ ସମ୍ମାନିତ କରାଯାଇଥିଲା । ସେକ୍ ସାବିର ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *