Saturday , October 16 2021
Breaking News
Home / ବିଶେଷ / ଅଢ଼ଙ୍ଗା ଭଗବାନପୁର ରାଧାରମଣ ହାଇସ୍କୁଲ ରେ ଭାରତରେ ଅବସ୍ଥାପିତ  ବୁରୁଣ୍ଡି ରାଷ୍ଟ୍ରଦୂତ  

ଅଢ଼ଙ୍ଗା ଭଗବାନପୁର ରାଧାରମଣ ହାଇସ୍କୁଲ ରେ ଭାରତରେ ଅବସ୍ଥାପିତ  ବୁରୁଣ୍ଡି ରାଷ୍ଟ୍ରଦୂତ  

ଗରଦପୁର,୧୨/୦୮/୨୦୧୯(ଓଡ଼ିଶା ସମାଚାର)-ଆଜି ଗରଦପୁର ବ୍ଲକ୍ ଅଧିନସ୍ଥ ଭଗବାନପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ରାଧାରମଣ ହାଇସ୍କୁଲକୁ  ଆଫ୍ରିକା ମହାଦେଶ ର  ବୁରୁଣ୍ଡି ରାଷ୍ଟ୍ରଦୂତ ଏମଏସ ଷ୍ଟିଲା ପରିଦର୍ଶନରେ ଆସିଥିଲେ । ହାଇସ୍କୁଲ ର ପୁରାତନ ଛାତ୍ର ସଂସଦ ସଭାପତି ଚାଟାର୍ଡ଼ ଆକାଉଂଟଟାଂଟ ସମିର ସାମଲଙ୍କ ଆମନ୍ତ୍ରଣ କମେ ସେ ଏହି ବିଦ୍ୟାଳୟକୁ ପରିଦର୍ଶନରେ ଆସିଥିବା ଜଣାଯାଇଛି । ପୁରାତନ ଛାତ୍ର ସଂସଦ ସଭାପତି ଶ୍ରୀ ସାମଲ ଙ୍କ ନେତୃତ୍ୱରେ ବିଶ୍ୱରଂଜନ ସାମଲ, ସୁଜିତ କୁମାର ସାମନ୍ତରାୟ, ବିଜୟ କୁମାର ବେହେରା,  ବିମ୍ବାଧର ରାଉତ , ଦିଲିପ କୁମାର ସାମଲ,  ପ୍ରଧାନ ଶିକ୍ଷୟିତ୍ରୀ ହିରଣମୟୀ ଜେନା , ଜୟନ୍ତ କୁମାର ଶତପଥି , ସୁଧାକର ରାଉତ ଙ୍କ ସମେତ ହାଇସ୍କୁଲ ର ବିଦ୍ୟାର୍ଥିମାନେ ଉପସ୍ଥିତ ରହି ରାଷ୍ଟ୍ରଦୂତ ଏମଏସ ଷ୍ଟିଲା ଙ୍କୁ ସ୍ୱାଗତ କରି ବିଦ୍ୟାଳୟକୁ ପାଛୋଟି ନେଇଥିଲେ ।  ବିଦ୍ୟାଳୟ ପରିସରରେ ଥିବା ବିଜ୍ଞାନ ଗୃହ, ପାଠାଗାର ଗୃହ ଆଦି ସେ ବୁଲି ଦେଖିବା ସହିତ ପାଠ ପଢ଼ା ର ପ୍ରଣାଳୀ ଗୁଡ଼ିକ ଯାଂଚ କରିଥିଲେ ।  ପାଠ ପଢ଼ା ସଂକ୍ରାନ୍ତରେ ଉପସ୍ଥିତ ଥିବା ଶିକ୍ଷକ , ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀଙ୍କ ସହିତ ସେ ଆଲୋଚନା କରିଥିଲେ ।  ଏହାପରେ ଗ୍ରାମର ମହିଳାମାନେ ରାଷ୍ଟ୍ରଦୂତଙ୍କୁ ହୁଳ ହୁଳି ସହିତ ଭବ୍ୟ ସମ୍ବର୍ଦ୍ଧନା ଦେବା ସହିତ ଗ୍ରାମର ମନ୍ଦିର ଓ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡ଼ିକ ବୁଲାଇ ଦେଖାଇଥିଲେ । ଗ୍ରାମର ବିଭିନ୍ନ ସମସ୍ୟା , ଆର୍ଥିକ ବିକାଶ ଓ ଭିତିଭୂମିର ସୁଦୃଢ଼ ପାଇଁ ବିଭିନ୍ନ ସ୍ତରରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।  ମହିଳା ମାନଙ୍କ ସହିତ ଭାବର ଆଦାନ ପ୍ରଦାନ କରିବା ଓ ସେମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ , ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଗ୍ରାମର ସାମଜୀକ ଚଳଣି, ସାଂସ୍କୃତିକ ପରମ୍ପରା ସମ୍ପର୍କରେ ମହିଳା ମାନଙ୍କ ଠାରୁ  ସେ ପଚାରି ବୁଝିଥିଲେ ।  ଗ୍ରାମରେ ଥିବା ବୁଢ଼ୀ ଜାଗୁଳାଇ ମତ୍ସ୍ୟ ଉତ୍ପାଦକ ସଂଘ ର ସଭାନେତ୍ରୀ ଝୀନା ପରିଡ଼ାଙ୍କୁ ଯାଆଁଳ ଉତ୍ପାଦନ କିପରି ହୁଏ ଓ କେତେ ପରିମାଣର ଲାଭ ହୁଏ ସେ ସମ୍ପର୍କରେ ପଚାରି ବୁଝିଥିଲେ । ଗ୍ରାମର ଚାଷୀ ରଂଜନ ସ୍ୱାଇଁ ଙ୍କୁ ବିଲ ରେ ଦେଖା କରିଥିଲେ । ରଂଜନ ସ୍ୱାଇଁ ଜମି କାଦୁଅ କରି ତଳି ରୋଉଥିବାବେଳେ ରଂଜନ ଠାରୁ ଚାଷ ବିଷୟରେ ପଚାରି ବୁଝିଥିଲେ ।  ଭଗବାନପୁର ଦୁଗ୍ଧ ଉତ୍ପାଦିକା ସଂଘ ର ସମ୍ପାଦକ ରମାକାନ୍ତ ସ୍ୱାଇଁ ଙ୍କୁ ଦେଖାକରି କିପରି ଦୁଗ୍ଧ ଆମଦାନୀ ହେଉଛି ଏବଂ କେଉଁ ଆଡ଼କୁ ଯୋଗାଣ କରାଯାଉଛି ଏବଂ ଦୁଗ୍ଧର ମୂଲ୍ୟ ଠିକ ସମୟରେ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ ।  ଗ୍ରାମରେ ଥିବା ନିତ୍ୟାନନ୍ଦ ସାମଲଙ୍କ ୪୦ ବର୍ଷର ଗାଁ ଚାଟଶାଳି କୁ ବୁଲି ଦେଖିଥିଲେ ।  ସେଠାରେ ଥିବା ଛୋଟ ଛୋଟ ପିଲାଙ୍କୁ  ପାଠପଢ଼ା ବିଷୟରେ ପଚାରିଥିଲେ ।  ପିଲାମାନେ ଛିଡ଼ାହୋଇ ଜାତୀୟ ସଙ୍ଗୀତ ଗାଇଥିଲେ ।  ରାଷ୍ଟ୍ରଦୂତଙ୍କ ସେକ୍ରେଟାରୀ ମନୋଜ ତିୱାରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ତରଡିପାଳରେ ଭଲିବଲ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇର ଧୋୟାଳକୁ ଏକଦା ଭଲିବଲ ଖେଳର ଏନ୍ତୁଡିଶାଳ କୁହାଯାଉଥିଲା । ବିଶେଷକରି ତରଡିପାଳ, …

Leave a Reply

Your email address will not be published. Required fields are marked *