ସାଲେପୁର,୧୧/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବିୟୋଗରେ ଆଜି ସାଲେପୁର ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା କୁଂଜମୋହନ ସେଠୀଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଲେପୁର ପଂଚାୟତ ସମିତି ଅଧ୍ୟକ୍ଷା ମମତା ରାଉତ, ବିଜେପି ନେତା ପ୍ରଦୀପ ପଟ୍ଟନାୟକ, ସଂଗ୍ରାମ ସ୍ୱାଇଁ, ତରିତୋ ସରପଂଚ ଅରବିନ୍ଦ ବିଶ୍ୱାଳ, ସମ୍ରାଟ କେଶରୀ ଲେଙ୍କା, ସରୋଜ କର, ହରେକୃଷ୍ଣ ରାଉତ, ଗଣେଶ୍ୱର ବେହେରା, ସାଲେପୁର ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ସଭାପତି ରଶ୍ମିରଂଜନ ପରିଡ଼ା, ଗଣେଶ୍ୱର ରାଉତଙ୍କ ସମେତ ବହୁ ବିଜେପି ନେତା ଏକତ୍ରିତ ହୋଇ ସ୍ୱର୍ଗତ ସ୍ୱରାଜଙ୍କ ସ୍ମୃତିଚାରଣ କରିବା ସହ ଭାରତମାତାର ସୁଯୋଗ୍ୟା ସନ୍ତାନକୁ ଜନ୍ମଦେଇ ଗର୍ବିତ ବୋଲି ମତ ପ୍ରକାଶ କରିବା ସହ ସ୍ୱର୍ଗତ ସ୍ୱରାଜଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସ୍ୱର୍ଗତା ସ୍ୱରାଜ ଖାଲି ଭାରତବର୍ଷରେ ନୁହେଁ ଜାତିସଂଘରେ ଭାରତର ଗୁଣ ଓ ଗାରିମା ଉପସ୍ଥାପନ କରି ଭାରତମାତାର ସମ୍ମାନକୁ ଦ୍ୱିଗୁଣିତ କରିଥିଲେ । ତାଙ୍କ ଭଳି ନେତ୍ରୀଙ୍କ ସ୍ଥାନ ଭାରତବର୍ଷରେ ଆଉ କେହି ପୂରଣ କରିପାରିବେ ନାହିଁ ବୋଲି ମତ ପ୍ରକାଶ ପାଇଥିଲା । ଓଡ଼ିଶା ସମାଚାର