Friday , September 29 2023
Breaking News
Home / ବିଶେଷ / ସରକାରୀ ଜାଗାରେ ବେଆଇନ୍ ଗୃହ ନିର୍ମାଣ ନେଇ ଅଭିଯୋଗ

ସରକାରୀ ଜାଗାରେ ବେଆଇନ୍ ଗୃହ ନିର୍ମାଣ ନେଇ ଅଭିଯୋଗ

ସାଲେପୁର,୧୧/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସରକାରୀ କ୍ୱାର୍ଟର ସମ୍ମୁଖରେ ଜନୈକ ବ୍ୟକ୍ତି ସରକାରୀ ଜମିରେ ଘର ନିର୍ମାଣ କାର୍ଯ୍ୟ ଚଳାଇଥିଲାବେଳେ ଏ ସଂପର୍କରେ ତହସିଲଦାରଙ୍କୁ ଗ୍ରାମବାସୀମାନେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତହସିଲ ପ୍ରଶାସନ ପକ୍ଷରୁ ଏ ଦିଗରେ ଦୃଷ୍ଟି ଦେଉନଥିବାରୁ ସଂପୃକ୍ତ ବ୍ୟକ୍ତି ନିର୍ଭୟରେ ଗୃହ ନିର୍ମାଣ କାର୍ଯ୍ୟ ଚଳାଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ସାଲେପୁର ତହସିଲ ଅନ୍ତର୍ଗତ ମୁତାରିଫା ପଂଚାୟତ ଅଧିନସ୍ଥ ଭୈରପୁର ଗ୍ରାମରେ ଥିବା ଭି.ଡବ୍ଲୁ.ସି. କ୍ୱାର୍ଟର ସମ୍ମୁଖରେ ଥିବା ସରକାରୀ ଜାଗାରେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଗୃହ ନିର୍ମାଣ କରୁଥିବା ନେଇ ମୁତାରିଫା ସରପଂଚ ପ୍ରିୟରଂଜନ ମହାପାତ୍ର ଓ ଗ୍ରାମବାସୀମାନେ ଲିଖିତ ଅଭିଯୋଗ କରିଥିଲେ । ହେଲେ ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସଂପୃକ୍ତ ବ୍ୟକ୍ତି ଜଣକ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ହାତ କରି ନିର୍ଭୟରେ ଗୃହ ନିର୍ମାଣ କାର୍ଯ୍ୟ ଚଳାଇଥିବା ଅଭିଯୋଗ ହୋଇଛି । କଟକ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *