ଭୁବନେଶ୍ୱର , ୧୧/୦୮/୨୦୧୯(ଓଡ଼ିଶା ସମାଚାର)- ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଯୁବ ରେଡ଼କ୍ରସ୍ ବିଭାଗ ପକ୍ଷରୁ ନିଳାଚଳ ପଲିଟେକନିକ ଭୂବନେଶ୍ୱର ଠାରେ ଏକ ୪ ଦିନିଆ ରାଜ୍ୟସ୍ତରୀୟ +୨ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀମାନଙ୍କର ପ୍ରଶିକ୍ଷଣ ଶିବିର ତା.୧୧.୦୮.୨୦୧୯ ରିଖରୁ ତା. ୧୪.୦୮.୨୦୧୯ ରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଅଛି । ଦେଶାତ୍ମବୋଧକ ଭାବନା, ଏକତା ମନୋଭାବ, ଜାତୀୟ ସଂହତିର ଉଦ୍ଦେଶ୍ୟ, ସ୍ୱେଚ୍ଛାସେବୀ ମାନଙ୍କର ଜ୍ଞାନ ଅଭିବୃଦ୍ଧି ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ନିମନ୍ତେ ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ କରଯାଇଛି ।
ଏହି ପ୍ରଶିକ୍ଷଣ ଶିବିରରେ ପ୍ରଥମ ଥର ପାଇଁ ରାଜ୍ୟର ୩୦ଗୋଟି ଜିଲ୍ଲାରୁ ତିନିଶହ ରୁ ଅଧିକ ସ୍ୱେଚ୍ଛାସେବୀ ଓ କାଉନସେଲର ମାନେ ଅଂଶଗ୍ରହଣ କରିଛନ୍ତି । ଏହି ୪ ଦିନବ୍ୟାପି ଆୟୋଜିତ ତାଲିମ ଶିବିରରେ ରେଡକ୍ରସର ଇତିହାସ, ହେନେରୀ ଡୁନାଁଣ୍ଟଙ୍କ ଆତ୍ମଜୀବନୀ, ରେଡକ୍ରସର ମୌଳିକ ନୀତି, ବିପର୍ଯ୍ୟୟ ପରିଚାଳନା, ଏଡସ୍ ସଚେତନତା, ସଡକ ସୁରକ୍ଷା, ଟ୍ରାଫିକ ନିୟମ, ବନ ମହୋତ୍ସବ, ବ୍ୟବହାରୀକ ପରିବତ୍ତତନ ଓ, ଯୋଗ, ପ୍ରାଥମିକ ଚିକିତ୍ସା ବିଷୟରେ ବିଶେଷଜ୍ଞ ମାନେ ପ୍ରଶିକ୍ଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯିବ ।
ଉକ୍ତ ପ୍ରଶିକ୍ଷଣ ଶିବିରର ଉଦଘାଟନୀ ଉତ୍ସବରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଂଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ତାଙ୍କ ଅଭିଭାଷଣରେ ରେଡ଼କ୍ରସ୍ ମାର୍ଗ ଦର୍ଶନରେ ସ୍ୱେଚ୍ଛାସେବୀମାନେ ଶିକ୍ଷା ସହିତ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ । ସ୍ୱାର୍ଥ ସର୍ବସ୍ୱ ଜୀବନର ସଂକୀର୍ଣ୍ଣ ପରିଧିରୁ ବାହାରି ରେଡକ୍ରସ ଛାତ୍ରକୁ ଜନକଲ୍ୟାଣରେ ସାମିଲ କରେ । ସମୟର ସଦ୍ବ୍ୟବହାର ଶିଖିଥିବା ଛାତ୍ରର ଜୀବନ ସ୍ୱୟଂସମ୍ପୁର୍ଣ୍ଣ ହୋଇଥାଏ ।
ସମ୍ମାନୀତ ଅତିଥିଭାବେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଉପ ନିର୍ଦ୍ଦେଶକ ଡ. ତିଲୋତମା ସେନାପତୀ ତାଙ୍କ ଅଭିଭାଷଣରେ ରେଡକ୍ରସ ଛାତ୍ରକୁ ମାନବିକତା ଓ ଶୃଙ୍ଖଳାବୋଧ ଶିକ୍ଷା ଦିଏ । ଯାହା ଛାତ୍ରର ଭୁଷଣ । ସରକାରଙ୍କ ପାଂଚ “ଟି” ସମୟ, ମିଳିତ ଉଦ୍ୟମ, ସ୍ୱଚ୍ଛତା, କୈାଶଳ, ସଂୟ ସମ୍ପୁର୍ଣ୍ଣତା ଉଦ୍ୟମ ରେଡକ୍ରସ ମାଧ୍ୟମରେ ସଫଳ ରୁପାୟନ ହୋଇପାରିବ ।
ଓଡିଶା ରେଡକ୍ରସ୍ ରାଜ୍ୟ ଶାଖାର ଅବୈତନିକ ସଚିବ ମେଜର ଡ. କଳ୍ପନା ଦାସ ତାଙ୍କ ଅଭିଭାଷଣରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ରେଡକ୍ରସ୍ କାର୍ଯ୍ୟକ୍ରମକୁ କର୍ତବ୍ୟ ନଭାବି ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିବାକୁ, ଅଂଶଗ୍ରହଣ କରିଥିବା ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ବିଭିନ୍ନ ଉପାଦେୟ ଉପଦେଶ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଓଡିଶା ରେଡକ୍ରସ୍ ରାଜ୍ୟ ଶାଖାର ଅବୈତନିକ ଯୁଗ୍ମ ସଚିବ ଡ. ଦୁର୍ଗା ଶଙ୍କର ଷଡଙ୍ଗୀ, ସ୍କୁଲ ଓ ଗଣ ଶିକ୍ଷା ବିଭାଗର ଯୁଗ୍ମ ସଚିବ, ଅଶୋକ କୁମାର ରଥ, ନୀଳାଚଳ ପଲିଟେକନିକ ପରିଚାଳନା ସଂଘର ସଂପାଦକ ଶ୍ରୀଯୁକ୍ତ ସରୋଜ କୁମାର ସାହୁ, ଯୋଗ ଦେଇଥିଲେ ।
ଯୁବ ରେଡକ୍ରସ୍ ରାଜ୍ୟ ସଂଯୋଜକ ଶ୍ରୀ ଗୋପାଳ କୃଷ୍ଣ ମିଶ୍ର ଉକ୍ତ ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିବା ସହିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋକପାତ କରିଥିଲେ । ଜୁନିୟର ରେଡକ୍ରସ ଅଧିକାରୀ ଲଷ୍ମଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ରମାଦେବୀ ବିଶ୍ୱବିଦ୍ୟାଳୟର ରେଡକ୍ରସ୍ ପରାମର୍ଶଦାତା ଡ. ସୁଶିଲ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀ ଲିଙ୍ଗରାଜ ପଣ୍ଡା ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର