କୁକୁଡା ଚାଷ ଚକ୍ରବର୍ତି ସୁଧ ବ୍ୟବସାୟ ଠାରୁ ଅଧିକ ଲାଭ
ଭୁବନ,୧୧/୦୮/୨୦୧୯(ଓଡ଼ିଶା ସମାଚାର)-ଭୁବନ ବ୍ଲକ ସଭାଗୃହରେ ଗତ ୫ ତାରିଖ ସୋମବାର ଠାରୁ ଆରମ୍ଭ ହୋଇଥିବା ୬ ଦିନିଆ କୁକୁଡା ଚାଷ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଭବେଶ କୁମାର ନାୟକ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବେରୋଜଗାରୀ ଯୁବକ ଯୁବତୀ ମାନଙ୍କୁ ଆତ୍ମ ନିଯୁକ୍ତି ଦେବା ଏହି ପ୍ରଶିକ୍ଷଣ ଶିବିର ର ମୁଖ୍ୟ ଉଦ୍ଦେଶ୍ୟ । କୁକୁଡା ଚାଷ ଛୋଟ ବ୍ୟବସାୟ ନୁହେଁ,ଗାଁ ଗହଳିରେ ମହାଜନ ମାନେ ଯେଉଁ ଚକ୍ରବର୍ତି ସୁଧ କାରବାର କରନ୍ତି ଏହା ତାହାଠାରୁ ଭଲ । ଏଥିରେ ପର୍ଯ୍ୟାପ୍ତ ଲାଭ ମିଳିପାରିବ ବୋଲି ଶ୍ରୀଯୁକ୍ତ ନାୟକ ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ବିଡିଓ ରାମଚନ୍ଦ୍ର ସୋରେନ,ତହସିଲଦାର ଶକ୍ତିକାନ୍ତ ରାୟ,ଭାରତୀୟ ଷ୍ଟେଟ ବ୍ୟାଙ୍କ ସିଜିଏମ ଗୋବିନ୍ଦ ଚନ୍ଦ୍ର ଭାଗସିଂ,କ୍ଷେତ୍ର ପରିଦର୍ଶକ ଉମେଶ ଚନ୍ଦ୍ର ସାହୁ,ପ୍ରଶୀକ୍ଷିକା ତଥା ସିପିଡିଓ ର ଅତିରିକ୍ତ ନିର୍ଦ୍ଦେଶକ ଡଃ ଇନ୍ଦିରା ନାୟକ ଯୋଗଦେଇ ଆମ ରାଜ୍ୟରେ ଉତ୍ପାଦ ବଢାଇବା ଏବଂ ଆତ୍ମନିର୍ଭରଶୀଳ କରାଇବା ପାଇଁ ଏହି ଶିବିର ର ଉଦ୍ଦେଶ୍ୟ ,ଶିବିରାର୍ଥୀ ମାନେ ଏହାର ଫାଇଦା ନେବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ କେନ୍ଦ୍ରିୟ କୁକ୍କୁଡ ଉନ୍ନୟନ ସଂସ୍ଥା ର ନିର୍ଦ୍ଦେଶକ ଡଃ ବି.କେ ମଲ୍ଲିକ ଯୋଗଦେଇ କହିଥିଲେ ଯେ, ପୌଷ୍ଟିକ ଆହାର ପାଇଁ ପ୍ରତ୍ୟେକ ବ୍ୟକ୍ତି ମାଛ,ମାଂସ,ଅଣ୍ଡା ତଥା ଚର୍ବିଜାତୀୟଖାଦ୍ୟ ନିହାତି ଖାଇବା ଦରକାର । କ୍ୟାପସୁଲ ରେ ଯେମିତି ବିଭିନ୍ନ ପ୍ରକାର କମ୍ପୋଜିସନ ଥାଏ ଅଣ୍ଡାରେ ମଧ୍ୟ ସେମିତି ପ୍ରୋଟିନ,କ୍ୟାଲସିୟମ ଇତ୍ୟାଦି ଥାଏ,ଅତିକମରେ ସପ୍ତାହକୁ ୪ ଟି ଅଣ୍ଡା ଖାଇବା ଉଚିତ କିନ୍ତୁ ଆମ ରାଜ୍ୟରେ ଆବଶ୍ୟକତା ଅନୁସାରେ ଉତ୍ପାଦିତ ହେଉନଥିବାରୁ କେନ୍ଦ୍ର ସରକାର ବିଭିନ୍ନ ସ୍ଥାନରେ ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବା ସହ ବ୍ୟାଙ୍କରୁ ଋଣ ପ୍ରଦାନର ବ୍ୟବସ୍ଥା ମଧ୍ୟ କରୁଥିବା ଦର୍ଶାଇଥିଲେ । ସମୁଦାୟ ୫୦ ଜଣ ପ୍ରଶିକ୍ଷଣ ନେବାପାଇଁ ଉଦ୍ଦିଷ୍ଟ ଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଭୁବନରେ ୧୬୫ ଜଣ ଯୁବକ,ଯୁବତୀ ପ୍ରଶିକ୍ଷଣ ନେଇଥିବାରୁ ଶ୍ରୀଯୂକ୍ତ ମଲ୍ଲିକ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଥିଲେ । ଶିବିର ର ଆୟୋଜକ ଜଗବନ୍ଧୁ ଜରାଶ୍ରମ ର ସମ୍ପାଦକ ଯୁବ ସମାଜସେବୀ ଆଶୁତୋଷ ମିଶ୍ର ଙ୍କ ପରିଚାଳନାରେ ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ଏବଂ ଶେଷରେ ସମସ୍ତ ଶିବିରାର୍ଥୀ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେଜଗବନ୍ଧୁ ଜରାଶ୍ରମ ର ଶ୍ରୀଧର ଦାସ,ସିକୁନ ସାହୁ,ବିଘ୍ନେଶ୍ୱର ଦାଶ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର