Thursday , September 28 2023
Home / ବ୍ୟବସାୟ ବାଣିଜ୍ୟ / ଭାରତ ମସଲା ରାମଦାସପୁର ପ୍ଲାଂଟ ଲୋକାର୍ପିତ

ଭାରତ ମସଲା ରାମଦାସପୁର ପ୍ଲାଂଟ ଲୋକାର୍ପିତ

କଟକ, ୧୧/୦୮/୨୦୧୯(ଓଡ଼ିଶା ସମାଚାର)- କଟକସ୍ଥିତ ରାମଦାସପୁର ପ୍ଲାଂଟକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଅତ୍ୟାଧୁନିକ କ୍ରାୟୋଜେନିକ ଗ୍ରାଇଣ୍ଡିଂ ଟେକ୍ନୋଲୋଜିରେ ନିର୍ମିତ ଏହି ପ୍ଲାଂଟ ଗ୍ରାହକଙ୍କୁ ଦେବ ଶୁଦ୍ଧ ଓ ମହକଭରା ଶିଳବଟା ମସଲାର ସ୍ୱାଦ । ୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ଲାଂଟରେ ଏହି ଟେକ୍ନୋଲୋଜି ପ୍ରଥମ କରି ରାମଦାସପୁର ପ୍ଲାଂଟରେ ଉପଯୋଗ କରାଯାଇଛି । ଏଡି ପ୍ଲାଂଟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୪୦୦ ଲୋକ ନିଯୁକ୍ତି ପାଇବେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଙ୍କ ସହ ଭାରତ ମସଲାର ଅଧିକାରୀଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *