ଭୁବନ,୧୧/୦୮/୨୦୧୯(ଓଡ଼ିଶା ସମାଚାର)-ଭୁବନ ଏନଏସି ଅନ୍ତର୍ଗତ ୬ ନମ୍ବର ୱାର୍ଡ ବଙ୍ଗାଳି ସାହି ବାସିନ୍ଦା ସତୀଶ ଚନ୍ଦ୍ର ମଣ୍ଡଳ ଗତ ଗୁରୁବାର ରାତି ସାଢେ ୮ ଘଟିକା ସମୟରେ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ସେ ଗତ କିଛିଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ । ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ସାନଭାଇ କୃଷ୍ଣଚନ୍ଦ୍ର ମଣ୍ଡଳ, ଭାଇବୋହୁ, ପୁତ୍ରବଧୁ, ଝିଅ ଗୀତା, ମିତାଲି, ଜ୍ୱାଇଁ, ନାତିନାତୁଣି, ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ସତୀଶ ବାବୁ ଙ୍କ ଦେହାନ୍ତ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଘରେ ପହଁଚି ଶେଷଦର୍ଶନ କରିବା ସହିତ ସବାଧାରରେ ସାମିଲ ହୋଇଥିଲେ । ଏକମାତ୍ର ପୁଅ ଦୀପକ ମଣ୍ଡଳ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ସତୀଶ ବାବୁ ଏକାଧାରରେ ଜଣେ ଧର୍ମପରାୟଣ, ପରୋପକାରୀ, ବନ୍ଧୁବତ୍ସଳ, ସ୍ନେହୀ, ଦୟାଳୁ ବ୍ୟକ୍ତି ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର