ଭୁବନେଶ୍ୱର,୧୦/୦୮/୨୦୧୯(ଓଡ଼ିଶା ସମାଚାର)- ଆଗାମୀ ସେପ୍ଟେମ୍ବର ୨୬, ୨୭, ୨୮ – ୨୦୧୯ରିଖରେ ଭୁବନେଶ୍ୱର ଠାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ିଶା ଶାଖାର ଜାତୀୟ କାର୍ଯ୍ୟକାରୀଣି କମିଟି ଅନୁଷ୍ଠିତ ହେବ । ଏହି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏନ୍.ଡି.ଏ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ୪ ଟି ଲେବର କୋର୍ଡ ସଷ୍ଟେନେବେଲ ଡ଼େଭଲପମେଂଟ ଗୋଲ ହାସଲ କରିବା ପାଇଁ ଟ୍ରେଡୟୁନିଅନର ଭୂମିକା ଓ ଇଂଟରନ୍ୟାସନାଲ ଶ୍ରମିକ ସଂଗଠନ ଦ୍ୱାରା ମନୋନିତ କମିଶନଙ୍କ ଦ୍ୱାରା ରିପୋର୍ଟ ଶ୍ରମ ଓ ଶ୍ରମିକର ଭବିଷ୍ୟତ ସଂପର୍କରେ ଆଲୋଚନା ହେବ । ଏହି ବୈଠକରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଜାତୀୟ କମିଟିର ସଭାପତି ଡକ୍ଟର ସଞ୍ଜୀବା ରେଡ୍ଡି, ସାଧାରଣ ସଂପାଦକ ରାଜେନ୍ଦ୍ରପ୍ରସାଦ ସିଂହ ବିଭିନ୍ନ କେନ୍ଦ୍ରିୟ ଶ୍ରମିକ ସଂଗଠନର ନେତା ସମେତ ସାରାଭାରତ ବର୍ଷର ୫୦୦ ରୁ ଉଦ୍ଧ୍ୱର୍ ଶ୍ରମିକ ନେତା ଯୋଗଦେବେ ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ରାଜ୍ୟ କାର୍ଯ୍ୟକାରିଣୀ କମିଟିରେ ସଭାପତିତ୍ୱ କରି ଡକ୍ଟରରାମଚନ୍ଦ୍ର ଖଂଟିଆ, ପୂର୍ବତନ ସାଂସଦତଥା ଓଡ଼ିଶା ରାଷ୍ଟ୍ରୀୟ ମଜଦୁରକଂଗ୍ରେସ ସଭାପତି କହିଛନ୍ତି ।ଏଥିପାଇଁ ଡକ୍ଟର ରାମଚନ୍ଦ୍ର ଖୁଂଟିଆଙ୍କ ନେତୃତ୍ୱରେ ଏକ ଅଭ୍ୟର୍ଥନା କମିଟି ଓ ୮ଟି ସବ୍ କମିଟି କରାଯାଇଛି । ଏହିସଭାରେ ସାଧାରଣ ସଂପାଦକ କିଶୋର ଜେନା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଯୁବ ଆଇ.ଏନ୍.ଟି.ୟୁ.ସିର ସଭାପତି ସତ୍ୟବ୍ରତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଦନ ମୋହନ ଧନ,ସଂନ୍ଧ୍ୟା ମହାପାତ୍ର, ଶ୍ୟାମସୁନ୍ଦର ମହାପାତ୍ର, ଧରଣିଧର ସ୍ୱାଇଁ, ପରେଶ ଜେନା, ପ୍ରଣତି ମିଶ୍ର, କ୍ଷିରୋଦ ଚନ୍ଦ୍ର ଓଝା, ବିଣାପାଣି ସାମଲ, ସୁବାଷ ପାତ୍ର, ମୁନା ଖାଁ, କୃଷ୍ଣଚନ୍ଦ୍ର ସାହୁ,ପିତବାସ ପଣ୍ଡା, ଅଜୟ କୁମାର ପାଇକରାୟ, ଘନ ସବର, ଆଶାମିଞ୍ଜ୍, ଯବାମଣି ଟୁଡୁ, ମୁକ୍ତାର ଖାଁ,ପ୍ରେମଚନ୍ଦ୍ର ଭୋଇ, ସୁକୁମାର ଦେଓ,ପ୍ରଶାନ୍ତ ମହାପାତ୍ର, ସରୋଜ ଦାସ,ଶ୍ରୀଧର ଚୋ÷ଧୁରୀ, ଏଲିସ୍ ମିଞ୍ଜ,କର୍ଣ୍ଣରାଜ ପ୍ରଧାନ, ବିଷ୍ଣୁ ମୋହନ ରଥ,ମାନସ ରଞ୍ଜନ ପାତ୍ର, ରଶ୍ମିରଞ୍ଜନ ପରିଡା, ଦୟାନିଧି ସାହୁ,ପଦ୍ମଲୋଚନ ମହନ୍ତ, କୈଳାସ ଚନ୍ଦ୍ର ସାହୁ, ବିପିନବିହାରି ରାଉତ, ପ୍ରଭାତ ମଟାଲି,ବିମ୍ବାଧର ସାମଲ, ସୁଶାନ୍ତ ବେହେରା,କିଶୋର ସ୍ୱାଇଁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ପ୍ରାରମ୍ଭରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଲ୍ଲା ଦିକ୍ଷିତ୍, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍.ଜୟପାଲ ରେଡ୍ଡି ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଅକାଳ ବିୟୋଗରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖା ପରିସରରେ୨ମିନିଟ୍ ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଓଡ଼ିଶା ସମାଚାର