Wednesday , December 8 2021
Home / ବିଶେଷ / ହିରାକୁଦ ଜଳଭଣ୍ଡାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିବ ୧୪ ତାରିଖରେ

ହିରାକୁଦ ଜଳଭଣ୍ଡାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିବ ୧୪ ତାରିଖରେ

ଭୁବନେଶ୍ୱର,୧୦/୦୮/୨୦୧୯(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୪ ତାରିଖ ଦିନ ହିରାକୁଦ ଡ଼୍ୟାମ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିବ । ହିରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତମାନ ଜଳଭଣ୍ଡାରର ଜଳସ୍ତର ୬୦୯ ଫୁଟରେ ପହଂଚିଛି । ଏହି ଜଳସ୍ତର ୬୧୫ ଫୁଟ କୁ ଡ଼େଇଁବା ମାତ୍ରେ ଜଳଭଣ୍ଡାରରୁ ଜଳ ଛଡ଼ାଯିବ । ବର୍ତମାନ ଯେଉଁ ଅନୁସାରେ ବର୍ଷା ହେଉଛି , ତାହାକୁ ଲକ୍ଷ କରି ଆସନ୍ତା ୧୪ ତାରିଖ ରେ ପୂଜାର୍ଚ୍ଚନା କରାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ବିଦ୍ଧିବଦ୍ଧଭାବେ ଛଡ଼ାଯିବ । ସେଥିପାଇଁ ମହାନଦୀ ପାଶ୍ୱର୍ଜିଲା ଗୁଡ଼ିକୁ ସତର୍କ କରିଦିଆଯାଇଛି । ୧୪ ତାରିଖ ଦିନ ୧୧ ଟା ବେଳେ ଏଥିପାଇଁ ସମସୟ ସ୍ଥିର କରାଯାଇଥିଲେ ହେଁ ଯେ କୌଣସି ସମୟରେ ବନ୍ୟାଜଳ ଛଡ଼ାଯିବାର ସମ୍ଭାବନା ରହିଛି । ସେଥିପାଇଁ ମହାନଦୀ ଶଯ୍ୟାରେ କେହି ନରହିବା ପାଇଁ ପରାମର୍ଶ ଦିଆଯାଇଛି । ଯଦି ବର୍ଷାର ପରିମାଣ ବଢ଼େ ତେବେ ୧୪ ତାରିଖ ପୂର୍ବରୁ ମଧ୍ୟ ହିରାକୁଦ ଜଳ ଛାଡ଼ିପାରେ । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *