Friday , October 29 2021
Home / ବିଶେଷ / ସରକାରୀ ନିର୍ଦ୍ଦେଶକୁ ଖାତିର ନାହିଁ –  ଚାଲିଛି ବେ-ଧଡକ ପଲିଥିନ୍ ବ୍ୟବହାର 

ସରକାରୀ ନିର୍ଦ୍ଦେଶକୁ ଖାତିର ନାହିଁ –  ଚାଲିଛି ବେ-ଧଡକ ପଲିଥିନ୍ ବ୍ୟବହାର 

ଗରଦପୁର ୧୦/୦୮/୨୦୧୯(ଓଡ଼ିଶା ସମାଚାର)- ପରିବେଶ ତଥା ଜନ ଜୀବନପ୍ରତି ବିପଦ ଥିବାରୁ ସରକାର ପଲିଥିନ୍ ବ୍ୟବହାରକୁ ନିଷେଧାଦେଶ ଜାରି କରିଛନ୍ତି । କିନ୍ତୁ ପାଟକୁରା ଅଂଚଳରେ ଏହି ନିଷେଧାଦେଶକୁ  ଖାତିର ନ ଥିବା ପରି ମନେ ହେଉଛି । ପ୍ରଶାସନ ଏ ନେଇ ଚୁପ୍ ହୋଇ ବସି ଥିବାବେଳେ, ବେ-ଧଡକ ଭାବରେ ଚାଲିଛି ପଲିଥିନ ବ୍ୟବହାର ।

ପଲିଥିନ୍ ପରିବେଶକୁ ନଷ୍ଠ କରିବା ସହିତ ପରିମଳ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରୁଛି । ସେଥି ପାଇଁ ରାଜ୍ୟ ସରକାର ପଲିଥିନ୍ ବ୍ୟବହାର ଉପରେ ରୋକ ଲଗାଇଛନ୍ତି । କିନ୍ତୁ ଏହା ବାସ୍ତବରେ କାର୍ଯ୍ୟକାରୀ ହୋଇ ପାରୁ ନାହିଁ ।  ପାଟକୁରା ବଜାର, ନୂଆପଡା ବଜାର,ପାଟକୁରା ମେଡିକାଲ ପରିସର,ଗରଦପୁର ବଜାର ଅଂଚଳ ସହିତ ବିଭିନ୍ନ ଛକ ବଜାରମାନଙ୍କରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ପଲିଥିନ୍ ବ୍ୟବହାର କରାଯାଉଥିବା ଏକ ଜ୍ୱଳନ୍ତ ଉଦାରହରଣ ପାଲଟିଛି । ପାଟକୁରା ଅଂଚଳରେ ପ୍ରାୟ ଅଧିକାଂଶ ଦୋକାନ ବଜାରମାନଙ୍କରେ ବହୁଳ ଭାବରେ ପଲିଥିନ୍ ବ୍ୟବହାର କରାଯାଉଥିବାର ଦେଖିବାକୁୂ ମିଳିଛି । ଜଳଖିଆ ଦୋକାନ ଠାରୁ ଆରମ୍ଭ କରି ପରିବା ଓ ଅନ୍ୟାନ୍ୟ ସାମଗ୍ରୀ ପଲିଥିନ ମାଧ୍ୟମରେ ପରିବହନ କରାଯାଉଛି ।  କେବଳ ପଲିଥିନ୍ ନୁହେଁ ପ୍ଲାଷ୍ଟିକ ଗ୍ଲାସ ଓ ବୋତଲ ମଧ୍ୟ ବହୁଳ ଭାବରେ ବ୍ୟବହୃତ କରାଯାଉଛି । ବଜାର ଅଂଚଳରେ ଥିବା ଦୋକାନ ବଜାରମାନଙ୍କରେ ଏହା ଉପରେ କୌଣସି ରୋକ୍ ଲଗାଯାଇ ପାରୁ ନ ଥିବାବେଳେ, ଗାଁ ଗହଳି ମାନଙ୍କରେ ଅନୂରୂପ ଅବସ୍ଥା ଦେଖାଯାଇଛି । ପଲିଥିନ୍ ବ୍ୟବହାର ନ କରିବା ପ୍ରତି ଲୋକମାନଙ୍କର ସଚେତନତା ନ ଥିବାରୁ ଏ ଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି ଅଂଚଳର ବୁଦ୍ଧିଜିବୀମାନେ ମତ ପ୍ରକାଶ କରିଛନ୍ତି ।  ବ୍ୟବସାୟୀମାନେ ବିନା ଭୟରେ ପଲିଥିନ ବ୍ୟବହାର କରୁଥିବାବେଳେ,ଗ୍ରାହକ ବା ସାଧାରଣ ଲୋକମାନେ ଏହାକୁ ସମର୍ଥନ କରୁଛନ୍ତି । ପ୍ରଶାସନ ମଧ୍ୟ ଏହା ଉପରେ କୌଣସି ରୋକ ଲଗାଉ ନ ଥିବାର ଦେଖିବାକୁ ମିଳିଛି । ଗ୍ରାହକମାନେ ନ ଚାହଁଲେ ପଲିଥିନ ବ୍ୟବହାର ଆପେ ଆପେ ବନ୍ଦ ହୋଇଯିବ ବୋଲି କେତେକ ବ୍ୟବସାୟୀମାନେ ପ୍ରକାଶ କାରିଛନ୍ତି ।  ପ୍ରଶାସନ ଏ ଦିଗରେ କଡା ପଦକ୍ଷେପ ଗ୍ରହଣ କରିବା ସହିତ ବିଭିନ୍ନ ସମୟରେ ପଲିଥନ ବ୍ୟବହାର ଉପରେ ଚଢାଉ ଓ ଜୋରିମାନା ଆଦାୟ କଲେ ବ୍ୟବସାୟୀମାନେ ଆଉ ପଲିଥିନ ବ୍ୟବହାର କରି ପାରିନ୍ତେ ନାହିଁ ବୋଲି ବୁଦ୍ଧିଜିବୀମାନେ ମତ ପ୍ରକାଶ କରିଛନ୍ତି ।  ପ୍ରକାଶ ଯେ,କେତେକ ଦୋକାନ ବଜାର ପଛ ପଟ ଓ ପାଶ୍ୱର୍ ଥିବା ସ୍ଥାନମାନଙ୍କରେ ପଲିଥିନ  ଓ ପ୍ଲାଷ୍ଟିକ ଜାତ ବ୍ରଦ୍ୟଗୁଡିକ ଗଦା ହୋଇ ପଡିଥିବାରୁ ଏଠାରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବାର ଦେଖିବାକୁ ମିଳିଛି । କୁଢ କୁଢ ଗଦା ହୋଇଥିବା ଏହି ପଲିଥିନ ଓ ପ୍ଲାଷ୍ଟିକ ଜାତ ଦ୍ରବ୍ୟଗୁଡିକୁ ଦୀର୍ଘ ସମୟ ଧରି ସ୍ଥାନାନ୍ତର କରାଯାଉ ନ ଥିବାରୁ ଏହା ବର୍ଷା ଦିନମାନଙ୍କରେ ଦୁର୍ଗନ୍ଧ ଓ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଉଛି ।  ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *