Saturday , October 16 2021
Breaking News
Home / ତାଜା ଖବର / ମଧ୍ୟାହ୍ନ ଭୋଜନରେ ମୂଷା : ଅସୁସ୍ଥ ୧୯ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତି

ମଧ୍ୟାହ୍ନ ଭୋଜନରେ ମୂଷା : ଅସୁସ୍ଥ ୧୯ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତି

ଭଦ୍ରକ, ୧୦/୦୮/୨୦୧୯(ଓଡ଼ିଶା ସମାଚାର)- ଭଦ୍ରକ ଜିଲା ତିହିଡି ବ୍ଲକ୍ ଶିକ୍ଷା ଅଧିଖଣ୍ଡ ଅଧୀନସ୍ଥ ଚାରିତରଫ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ମୂଷା ପଡିଥିବାର ଅଭିଯୋଗ ହୋଇଛି । ଏବଂ ଏହି ଖାଦ୍ୟ ଖାଇ ବିଦ୍ୟାଳୟର ୧୯ଜଣ ଛାତ୍ରଛାତ୍ରୀ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହେବା ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ତିହିଡି ବ୍ଲକ୍ ଚାରିତରଫ ଉନ୍ନୀତ ମଧ୍ୟଇଂରାଜୀ ବିଦ୍ୟାଳୟରେ ୧୭୭ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ଏହି ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ସମୟରେ ଏକ ଅପ୍ରିତିକର ଘଟଣା ଘଟିଥିଲା । ପିଲାମାନେ ଧାଡିବାନ୍ଧି ଖାଇବାକୁ ବସିବା ପରେଖାଦ୍ୟ ପରସା ଯାଇଥିଲା । ଏହିସମୟରେ ଡାଲମା ହଣ୍ଡାରେ ମୂଷାପଡିଥିବାର ଦେଖିବାକୁ ମିଳିଥିଲା । ସେତବେଳକୁ ୧୯ ଜଣ ଛାତ୍ରଛାତ୍ରୀ ଉକ୍ତ ଖାଦ୍ୟକୁ ଖାଇସାରିଥିଲେ ।ଫଳରେ ଖାଦ୍ୟ ପରସା ବନ୍ଦ ହୋଇଥିଲା ସତ, କିନ୍ତୁ ସେହି ଖାଦ୍ୟ ଖାଇଥିବା ଛାତ୍ରଛାତ୍ରୀମାନେ ପେଟ ଓ ମୁଣ୍ଡରେ ଯନ୍ତ୍ରଣା ହେବାର ବିଷୟ ନିଜ ଅଭିଭାବକଙ୍କୁ କହିଥିଲେ । ଫଳରେ ଅଭିଭାବକମାନେ ସ୍କୁଲ କର୍ତୃପକ୍ଷଙ୍କୁ ଜଣାଇବା ପରେ ବିଦ୍ୟାଳୟ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ନିଜର ୧୯ଜଣ ପିଲାଙ୍କୁ ଭଦ୍ରକ ମୁଖ୍ୟଚିକିତ୍ସାଳୟରେ ଭର୍ତି କରିଛନ୍ତି । ଏହି ଘଟଣାରେ ଅଭିଭାବକମାନେ ସିଧାସଳଖ ସ୍କୁଲ କର୍ତୃପକ୍ଷଙ୍କୁ ଦାୟୀ କରୁଥିବାବେଳେ ପିଲାଙ୍କୁ ନେଇଆସିଥିବା ଶିକ୍ଷକ ଉକ୍ତ ବିଷୟରେ କିଛି ଜାଣିନଥିବା ବିଷୟ କହିଛନ୍ତି । ଏହିଘଟଣା ପ୍ରଚାରିତ ହେବା ପରେ ଭଦ୍ରକ ଉପଜିଲାପାଳ ପୀତାମ୍ବର ସାମଲ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ଚିକିତ୍ସାଧୀନ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିବା ପାଇଁ ଜିଲାମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ ଏହି ଯାଂଚ କାଳରେ ପିଲାମାନେ ଶିଶୁ ବିଭାଗରେ ପ୍ରାଥମିକ ଚିକିତ୍ସା ଚାଲିଥିବାର ଦେଖି ସେମାନଙ୍କ ସମେତ ଅଭିଭାବକ ମାନଙ୍କ ସହ ଆଲୋଚନା କରିଥିଲେ । ତେବେ ଏଭଳି ଘଟଣାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଥିବାବେଳେ ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଉପଜିଲ୍ଲାପାଳ ମଧ୍ୟ ଏହା ଖୁବ୍ ଶୀଘ୍ର ଆରମ୍ଭ ହେଉଥିବାର ସୂଚନା ଦେଇଛନ୍ତି । ତେବେ ବିଭିନ୍ନ ସମୟରେ ମଧ୍ୟାହ୍ନ ଭୋଜନକୁ ନେଇ ଏଭଳି ଅଘଟଣ ଘଟୁଥିବାରୁ ବିଭାଗୀୟ କର୍ତୃପକ୍ଷ ଏଥିନେଇ ଯତ୍ନବାନ ହେବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ଦୁଇ ବନ୍ଧୁକ ବେପାରୀ ଗିରଫ – ୨ ଟି ଦେଶୀ ବନ୍ଧୁକ, ୨ଟି ଗୁଳି, ଗୋଟିଏ ମାଗାଜିନ୍ ଜବତ

କଟକ ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ବନ୍ଧୁକ ବିକ୍ରି ପାଇଁ ଗ୍ରାହକ ଖୋଜୁଥିବା ବେଳେ ମାଲଗୋଦାମ ଥାନା ପୋଲିସ ହାତରେ ଧରା ପଡିଛନ୍ତି …

Leave a Reply

Your email address will not be published. Required fields are marked *