Sunday , October 24 2021
Breaking News
Home / ତାଜା ଖବର / ଭାଲୁ ଆକ୍ରମଣରେ ବୃଦ୍ଧଙ୍କ ଅବସ୍ଥା ସଙ୍କଟାପନ୍ନ

ଭାଲୁ ଆକ୍ରମଣରେ ବୃଦ୍ଧଙ୍କ ଅବସ୍ଥା ସଙ୍କଟାପନ୍ନ

କୋକସରା, ୧୦/୦୮/୨୦୧୯(ଓଡ଼ିଶା ସମାଚାର / ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଂଚାୟତ ଆଇଲି ଗ୍ରାମର ଜଣେବୃଦ୍ଧ ପରିକ୍ଷିତ ରାଉତ ସକାଲୁ ଶୌଚ ପାଇଁ ନିକଟ ନଦୀକୁ ଯାଉଥିବା ସମୟରେ ଦୁଇଟି ଭାଲୁ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଭାଲୁ ଆକ୍ରମଣରେ ତାଙ୍କର ମୁହଁରେ ଗଭୀର କ୍ଷତ ହୋଇଥିଲା । ସେ ଚିତ୍କାର କରିବା ପରେ ଗ୍ରାମବାସୀମାନେ ଯାଇ ବୃଦ୍ଧଙ୍କୁ ଉଦ୍ଧାରକରି କୋକସରା ଡାକ୍ତରଖାନାରେ ଭର୍ତି କରିଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ବିଗତ କିଛିଦିନ ହେବ କୋକସରା ବ୍ଳକର ବିଭିନ୍ନସ୍ଥାନରେ ଭାଲୁ ଆକ୍ରମଣରେ ଅନେକ ଆହତ ହୋଇଥିବାବେଲେ ଜଙ୍ଗଲ ବିଭାଗର ନିଦ୍ରା ଭଙ୍ଗହୋଇନି । ଲୋକଙ୍କସୁରକ୍ଷା ପାଇଁ କୌଣସି ପ୍ରତିକାର କରୁନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଓଡ଼ିଶା ସମାଚାର

About admin

Check Also

ଦାଦାବଟିକୁନେଇ ମହିଳା ଙ୍କୁ ଗୁଳି ମାଡ଼

ପୁରୀ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- ଦାଦାବଟିକୁନେଇ ଗତକାଲି ବିଳମ୍ବିତ ରାତିରେ ପୁରୀରେ ଜଣେ ମହିଳାଙ୍କୁ ଗୁଳି ମାଡ଼ ହୋଇଛି । ଗୁଳିମାଡରେ …

Leave a Reply

Your email address will not be published. Required fields are marked *