Sunday , October 24 2021
Breaking News
Home / ବିଶେଷ / ପ୍ରଶାସନିକ ସ୍ତରରେ ଅଦଳବଦଳ

ପ୍ରଶାସନିକ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୦/୦୮/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ ଆଣ୍ଡ ପିଜି) ବିଭାଗ ସ୍ୱତନ୍ତ୍ର ସଚିବ ଏସ୍.ଏନ୍. ଗିରୀଶ କେନ୍ଦ୍ରୀୟ ଡେପୁଟେଶନରେ ଯାଇଛନ୍ତି । ଗିରୀଶ ବାଙ୍ଗାଲୋରସ୍ଥିତ ଷ୍ଟାଫ୍ ସିଲେକ୍ସନ କମିଶନର ପ୍ରାନ୍ତୀୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ଭାଳିବେ । ସେହିପରି ଅର୍ଥ ସଚିବ ଥିବା ଅଶୋକ ମୀନାଙ୍କୁ ଜିଏ ଆଣ୍ଡ ପିଜିର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିଭଳି ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍)ସ୍ତରରେ ମଧ୍ୟ ମଧ୍ୟମ ଧରଣର ଅଦଳବଦଳ କରାଯାଇଛି । ମୁରଲୀଧର ମଲ୍ଲିକଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି । ଶୁଭକାନ୍ତ ମିଶ୍ରଙ୍କୁ ଭୁବନେଶ୍ୱରସ୍ଥିତ ଅତିରିକ୍ତ ରିଭିଜନାଲ କୋର୍ଟର ଅତିରିକ୍ତ କମିଶନର ଭାବେ ନିଯୁକ୍ତ କରାଯାଇଛି । ଜୟନାରାୟଣ ଷଡ଼ଙ୍ଗୀଙ୍କୁ ଉଚ୍ଚଶିକ୍ଷା ଅତିରିକ୍ତ ସଚିବ ସହ ଓଡ଼ିଆ ବିଶ୍ୱବିଦ୍ୟାଳୟର ଓଏସ୍ଡି ଭାବେ ଅବସ୍ଥାପିତ କରାଯାଇଛି । ମିର୍ଦ୍ଦା ଟପ୍ପୋ ବରଗଡ଼ ଜିଲାର ଏଡିଏମ୍ଭାବେ ବଦଳି କରାଯାଇଛି । ବିନୟ କୁମାର ଦାଶଙ୍କୁ ପୁରୀ ଜିଲାର ଏଡିଏମ୍(ଆର୍ଏଣ୍ଡ ଆର୍), ଅନାମ ଚରଣ ପାତ୍ର ଗଞ୍ଜାମସ୍ଥିତ ଆର୍.ଆଇ.ସି.ର ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ପାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଞ୍ଜଲିନା ପ୍ରଧାନଙ୍କୁ ସମ୍ବଲପୁରସ୍ଥିତ ବୁର୍ଲା ଭିମସାର ପ୍ରଶାସନିକ ଅଧିକାରୀ, ବସନ୍ତ କୁମାର ହୋତା ଗୃହ ବିଭାଗ ଉପସଚିବ ଏବଂ ସୁମିତା ସିଂ କଟକସ୍ଥିତ ଶିଶୁ ଭବନର ପ୍ରଶାସନିକ ଅଧିକାରୀଭାବେ ନିଯୁକ୍ତି ପାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *